ଓଡିଶା

odisha

Pollard Announces Retirement: ଅନ୍ତର୍ଜାତୀୟ କ୍ରିକେଟରୁ ପୋଲାର୍ଡଙ୍କ ଅବସର

By

Published : Apr 20, 2022, 10:06 PM IST

Updated : Apr 20, 2022, 10:21 PM IST

ଅନ୍ତର୍ଜାତୀୟ କ୍ରିକେଟରରୁ ଅବସର ଘୋଷଣା କଲେ କାରବିଆନ ଅଲରାଉଣ୍ଡର ତଥା ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ଦଳର ଅଧିନାୟକ କିରଣ ପୋଲାର୍ଡ । ଅଧିକ ପଢ଼ନ୍ତୁ

ଅନ୍ତର୍ଜାତୀୟ କ୍ରିକେଟରୁ କୈରନ ପୋଲର୍ଡଙ୍କ ଅବସର
ଅନ୍ତର୍ଜାତୀୟ କ୍ରିକେଟରୁ କୈରନ ପୋଲର୍ଡଙ୍କ ଅବସର

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟରରୁ ଅବସର ଘୋଷଣା କଲେ କାରବିଆନ ଅଲରାଉଣ୍ଡର ତଥା ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ଦଳର ଅଧିନାୟକ କିରଣ ପୋଲାର୍ଡ । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ତାଙ୍କ କ୍ରିକେଟର କ୍ୟାରିଅରରେ ତାଙ୍କୁ ସମର୍ଥନ ଦେଇଥିବା ସମସ୍ତ ସାଥି କ୍ରିକେଟରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

କିରଣ ପୋଲାର୍ଡ କହିଛନ୍ତି ଯେ, "ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ପ୍ରତି ସମର୍ପିତ ହୋଇ ରହିବା ପରେ ଆଜି ମୁଁ ଅବସର ନେବାକୁ ସ୍ଥିର କରିଛି । ଯୁବ ବର୍ଗଙ୍କୁ ସୁଯୋଗ ଦେବାକୁ ମୁଁ ଏହି ନିଷ୍ପତ୍ତି ନେଇଛି । ଦୀର୍ଘ ୧୫ ବର୍ଷ ଧରି ମୁଁ ଟି-୨୦ ଓ ଦିନିକିଆରେ ନିରନ୍ତର ଖେଳିବାର ସୁଯୋଗ ପାଇଛି । ୨୦୦୭ ମସିହାର ସେହି ଦିନ ଆଜି ବି ମୋର ମନେ ଅଛି, ଯେତେବେଳେ ମୁଁ ମୋର ହିରୋ ବ୍ରାଏନ ଲାରାଙ୍କ ନେତୃତ୍ବରେ ୱେଷ୍ଟ ଇଣ୍ଡିଜ ଦଳ ପାଇଁ ଡେବ୍ୟୁ କରିଥିଲି । ସେହି ମେରୁନ କଲରର ଡ୍ରେସ ପିନ୍ଧି ନିଜ ଦେଶର ପ୍ରତିନଧିତ୍ବ କରିବା ମୋ ପାଇଁ ଗର୍ବର ବିଷୟ । ଜଣେ ଖେଳାଳି ଓ ଜଣେ ଅଧିନାୟକ ଭାବରେ ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି । ଏଥିପାଇଁ ମୁଁ ମୋର ସାଥି ଖେଳାଳିଙ୍କୁ ଧନ୍ୟବାଦ ଦେଉଛି ।"

ପୋଲାର୍ଡ ନିଜ ୧୫ ବର୍ଷର କ୍ୟାରିଅରରେ ୧୨୩ଟି ଦିନିକିଆ ମ୍ୟାଚ୍‌ ଖେଳି ମୋଟ ୨୮୬୬ ରନ୍‌ କରିଛନ୍ତି । ଏଥିରେ ୩ଟି ଶତକ ସାମିଲ ଥିବା ବେଳେ ୧୩ଟି ଅର୍ଦ୍ଧଶତକ ସାମିଲ ରହିଛି । ସେହିଭଳି ସେ ୫୫ଟି ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ତା ସହିତ ସେ ୧୦୧ଟି ଟି-୨୦ ମ୍ୟାଚ୍‌ ଖେଳି ୧୧୬୧ ରନ୍‌ କରିଥିବା ବେଳେ ଏଥିରେ ୬ଟି ଅର୍ଦ୍ଧଶତକ ସାମିଲ ରହିଛି । ଟି-୨୦ କ୍ୟାରିଅରରେ ସେ ୪୨ଟି ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2022, 10:21 PM IST

ABOUT THE AUTHOR

...view details