ଜୋହାନ୍ସବର୍ଗ: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି ଦକ୍ଷିଣ ଆଫ୍ରିକା ଅଲ୍-ରାଉଣ୍ଡର କ୍ରିସ୍ ମୋରିସ । ୩୪ ବର୍ଷୀୟ ମୋରିସ ମଙ୍ଗଳବାର କ୍ରିକେଟକୁ ବିଦାୟ କହିଛନ୍ତି । କ୍ୟାରିୟରର ଶେଷ ଭାଗରେ ଆହତ ସମସ୍ୟାରେ ସଂଘର୍ଷ କରିଥିବା ମୋରିସ ଶେଷରେ ନିଜର କ୍ରିକେଟ କ୍ୟାରିୟରକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସେ ଦକ୍ଷିଣ ଆଫ୍ରିକୀୟ ଘରୋଇ କ୍ରିକେଟ ଟିମ ଟାଇଟାନ୍ସର କୋଚିଂ ଷ୍ଟାଫ୍ ଭାବେ ନଜର ଆସିବେ ।
2021ରେ ଇଣ୍ଡିଆନ ପ୍ରିମିୟର ଲିଗ(IPL) ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା କ୍ରିସ ମୋରିସ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅବସରକାଳୀନ ବାର୍ତ୍ତାରେ ମୋରିସ ଲେଖିଛନ୍ତି, "କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରୁଛି। ମୋ କ୍ରିକେଟ ଯାତ୍ରାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ । ଟାଇଟାନ୍ସର କୋଚ୍ ଭୂମିକା ନିଭାଇବାକୁ ଉତ୍ସାହିତ ।"
ଏହମଧ୍ୟ ପଢନ୍ତୁ: ନିର୍ଣ୍ଣାୟକ ଟେଷ୍ଟ: ଟସ୍ ବାଜି ଜିତିଲେ ବିରାଟ, ବ୍ୟାଟିଂ କରୁଛି ଭାରତ