ଚେନ୍ନାଇ:ଚଳିତ ଆଇପିଏଲ ନିଲାମରେ ଭାରତୀୟ ସ୍ପିନର ହରଭଜନ ସିଂହଙ୍କୁ କୌଣସି ଖେଳାଳି କିଣିବାକୁ ଆଗ୍ରହ ପ୍ରକାଶ କରିନାହାଁନ୍ତି ।
ଅନ୍ୟପଟେ ପୀୟୁଷ ଚାୱଲାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ 2.4 କୋଟିରେ କିଣିଛି । 1.5 କୋଟି ବେସ୍ ପ୍ରାଇସ ଥିବା ଇଂଲଣ୍ଡର ଆଦିଲ ରସିଦଙ୍କୁ ମଧ୍ୟ କୌଣସି ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇନାହାଁନ୍ତି । ସେହିପରି ଆଫଗାନିସ୍ତାନର ମୁଜୀବ-ଅର-ରେହମାନ ଓ ଭାରତୀୟ ସ୍ପିନର ରାହୁଲ ଶର୍ମାଙ୍କୁ ମଧ୍ୟ କେହି କିଣିନାହାଁନ୍ତି ।