ଓଡିଶା

odisha

କୁଲଦୀପଙ୍କ ଅସ୍ତ୍ରୋପଚାର ସଫଳ, ଫିଲ୍ଡକୁ ଫେରିବାକୁ ହେଲେ ବ୍ୟଗ୍ର

By

Published : Sep 29, 2021, 8:58 PM IST

ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କ ସଫଳତାର ସହ ଅସ୍ତ୍ରୋପଚାର ହୋଇଛି । ଏହାକୁ ନେଇ କୁଲଦୀପ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ...

କୂଳଦୀପଙ୍କ ଅସ୍ତ୍ରୋପଚାର ସଫଳ, ଫିଲ୍ଡକୁ ଫେରିବାକୁ ହେଲେ ବ୍ୟାଗ୍ର
କୂଳଦୀପଙ୍କ ଅସ୍ତ୍ରୋପଚାର ସଫଳ, ଫିଲ୍ଡକୁ ଫେରିବାକୁ ହେଲେ ବ୍ୟାଗ୍ର

ନୂଆଦିଲ୍ଲୀ: ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କ ସଫଳତାର ସହ ଅସ୍ତ୍ରୋପଚାର ହୋଇଛି । ଏହାକୁ ନେଇ କୁଲଦୀପ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଚଳିତ ସପ୍ତାହରେ ଆଣ୍ଠୁରେ ଆଘାତ ଯୋଗୁଁ KKRର ସ୍ପିନର କୁଲଦୀପ ଯାଦବ ଆଇପିଏଲ ୨୦୨୧ରୁ ବାଦ ପଡ଼ିଥିଲେ ।

IPL 2020ରେ KKR ପକ୍ଷରୁ ମାତ୍ର ୫ଟି ହିଁ ମ୍ୟାଚ୍‌ ଖେଳି ପାରିଛନ୍ତି କୁଲଦୀପ ଯାଦବ । ଚଳିତ ସିଜିନ୍‌ ଆଇପିଏଲରେ କୁଲଦୀପ KKR ପକ୍ଷରୁ ପଡ଼ିଆକୁ ମଧ୍ୟ ଓହ୍ଲାଇ ପାରିନଥିଲେ । ଗତ ୨୦୧୯ରେ ବିଶ୍ବକପ୍‌ ସମୟରେ ଫିଲ୍ଡିଂ କରୁଥିବାବେଳେ କୁଲଦୀପଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ୨୦୧୯ ସଂସ୍କରଣରେ କୁଲଦୀପ ଯାଦବଙ୍କୁ KKR ୫.୮ କୋଟି ଟଙ୍କାରେ ରିଲିଜ୍‌ କରିନଥିଲା ।

ଆଜିର ଅସ୍ତ୍ରୋପଚାର ପରେ ଚଳିତ ଘରୋଇ ସିଜିନରୁ ବାଦ୍‌ ପଡ଼ିଛନ୍ତି କୁଲଦୀପ ଯାଦବ । ଆଣ୍ଠୁରେ ଆଘାତ କୁଲଦୀପଙ୍କ ପ୍ରଦର୍ଶନରେ ପ୍ରଭାବ ପକାଇଥିଲା । ଫଳରେ ସେ ଜାତୀୟ ଦଳରୁ ମଧ୍ୟ ବାଦ ପଡ଼ିଥିଲେ । ବିଗତ ଦିନରେ ଏହି ଚାଇନାମ୍ୟାନ ସ୍ପିନର ଭାରତୀୟ ଦଳର ଏକ ପ୍ରମୁଖ ସଦସ୍ୟ ରହିଥିଲେ ।

ସେପଟେ ଅସ୍ତ୍ରୋପଚାର ପରେ କୁଲଦୀପ ଯାଦବ ଟ୍ବିଟ୍‌ କରି କହିଛନ୍ତି ଯେ, "ସଫଳତାର ସହ ଅସ୍ତ୍ରୋପଚାର ଶେଷ ହୋଇଛି । ସୁସ୍ଥ ହେବାର ଯାତ୍ରା ବର୍ତ୍ତମାନଠାରୁ ଆରମ୍ଭ ହେଲା । ଆପଣମାନଙ୍କ ସମର୍ଥନ ଯୋଗୁଁ ଅଶେଷ ଅଶେଷ ଧନ୍ୟବାଦ । ବର୍ତ୍ତମାନ ସୁସ୍ଥ ହୋଇ ଶୀଘ୍ର ପିଚ୍‌କୁ ଫେରିବା ପାଇଁ ଚେଷ୍ଟା କରିବାକୁ ଚାହୁଁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details