ମୁମ୍ବାଇ:ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ସିରିଜର ଦ୍ବିତୀୟ ଟି-୨୦ର ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା । ଆଜିର ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିବା ବେଳେ ଶ୍ରୀଲଙ୍କା ଅପରିବର୍ତ୍ତିତ ଦଳ ନେଇ ମୈଦାନକୁ ଓହ୍ଲାଇବ ।
ତିନି ଟିକିଆ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍ରେ ଭାରତ ବିଜୟୀ ହେଲେ ସିରିଜ କବ୍ଜା କରିବ । ସେପଟେ ସିରିଜ ବିଜୟ ଆଶା ଉଜ୍ଜିବୀତ ରଖିବା ପାଇଁ ଶ୍ରୀଲଙ୍କାକୁ ଆଜିର ମ୍ୟାଚ ବିଜୟୀ ହେବା ଜରୁରୀ । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମର ପିଚ୍ ବୋଲରଙ୍କୁ ସୁହାଇବ । ଏଣୁ ମ୍ୟାଚ୍ରେ ଟସ୍ର ଗୁରୁତ୍ବପୂର୍ଣ୍ଣ ଭୁମିକା ରହିଥିଲା । ତେବେ ଭାରତୀୟ ବୋଲର କିଭଳି ପ୍ରଦର୍ଶନ କରୁଛନ୍ତି ତାହାରି ଉପରେ ନଜର ରହିବ ।
ଆଜିର ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଫାଷ୍ଟ ବୋଲର ହର୍ଷଲ ପଟେଲଙ୍କ ସ୍ଥାନରେ ଆଜି ଦଳରେ ଅର୍ଶଦୀପ ସିଂହ ସାମିଲ ହୋଇଛନ୍ତି । ଅନ୍ୟ ପକ୍ଷରେ ଧୂଆଦାର ବ୍ୟାଟର ରାହୁଲ ତ୍ରପାଠୀ ଆଜି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ରେ ଡେବ୍ୟୁ କରିଛନ୍ତି ।
ଚୂଡ଼ାନ୍ତ ଏକାଦଶ