କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ ଟିମ୍ । ଆଜି ଦୁଇ ଦଳ ଭାରତ ଓ ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ । କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଆମ୍ନାସାମ୍ନି ହେବେ ଦୁଇ ଦଳ । ଅପରାହ୍ନ ୩ଟାରେ ଆରମ୍ଭ ହେବ ମ୍ୟାଚ ।
୧୩ରେ ହେବାକୁ ଥିବା ଏହି ମ୍ୟାଚ୍ କୋଭିଡ୍ କାରଣରୁ ସ୍ଥଗିତ ରହିଥିଲା । ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟେଷ୍ଟ ଦଳ ଇଂଲଣ୍ଡ ଗସ୍ତରେ ଥିବାରୁ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ ଅଲଗା ହୋଇ ଖେଳିବାକୁ ପଡୁଛି । ତଥାପି ଶିଖର ଧାୱନଙ୍କ ନେତୃତ୍ବାଧୀନ ଦିନିକିଆ ଟିମରେ ଅନେକ ନବାଗତ ସ୍ଥାନ ପାଇଛନ୍ତି । ନବାଗତଙ୍କୁ ନେଇ ଭାରତୀୟ ଟିମ୍ ପ୍ରଥମ ବିଜୟ ଆଶାରେ ପଡିଆକୁ ଓହ୍ଲାଇବ ।