ଓଡିଶା

odisha

ପୁଣିଥରେ ମାରିବା ପାଇଁ ତୁମେ ପଚାର, କେମିତି ଅଛ: ଯୁବି

By

Published : Aug 20, 2019, 9:50 AM IST

ଆସେସ ଟେଷ୍ଟରେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚ୍ଚରଙ୍କୁ ନେଇ ଅଖତର କରିଥିବା ଟ୍ବିଟର ଉତ୍ତର ଦେଇଛନ୍ତି ଯୁବରାଜ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ପାକିସ୍ତାନ ଦ୍ରୁତ ବୋଲର ତଥା ରାୱାଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖତ୍‌ରଙ୍କୁ ମଜାଳିଆ ଅନ୍ଦାଜରେ ଉତ୍ତର ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ। ଆସେସ ଟେଷ୍ଟରେ ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚ୍ଚରଙ୍କୁ ନେଇ ଅଖତର କରିଥିବା ଟ୍ବିଟର ଉତ୍ତର ଦେଇଛନ୍ତି ରଖିଛନ୍ତି ଯୁବି । ଉତ୍ତର ହେବାକୁ ଯାଇ ଯୁବରାଜ ଟ୍ବିଟରେ ଲେଖିଛନ୍ତି, ତୁମେ ବ୍ୟାଟମ୍ୟାନଙ୍କୁ ତାଙ୍କ ପରିସ୍ଥିତି ବିଷୟରେ ଏଥି ପାଇଁ ପଚାର ଯେ, ତୁମେ ଆଗକୁ ଏମିତି ଆହୁରି ଖତରନାକ୍‌ ବଲ ପକାଇବ ବୋଲି ।

ତେବେ ଘଟଣାଟି ଏମିତି ପ୍ରକାର ହୋଇଛି । ଲର୍ଡ୍ସରେ ଖେଳାଯାଇଥିବା ଆସେସ ସିରିଜର 2ୟ ଟେଷ୍ଟରେ ଆର୍ଚ୍ଚରଙ୍କ ଏକ ବାଉନ୍ସ ବଲରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ ସ୍ମିଥଙ୍କ ବେକରେ ବାଜି ପରେ ସେ ସେଠାରେ ଟଳି ପଡିଥିଲେ । ଏହି ଘଟଣା ପରେ କିଛି ଇଂଲଣ୍ଡ ଖେଳାଳୀ ସ୍ମିଥଙ୍କ ନିକଟକୁ ଦୌଡ଼ି ଆସିଥିଲେ ମଧ୍ୟ ଆର୍ଚ୍ଚର ନିଜ ବୋଲିଂ ଏଣ୍ଡକୁ ଫେରି ଯାଇଥିଲେ । ତେଣୁ ଆର୍ଚ୍ଚରଙ୍କ ଏହି ଅଣ କ୍ରିକେଟିଂ ପଣିଆ ପାଇଁ ତାଙ୍କୁ ସମାଲୋଚନା କରିଥିଲେ ।

ଅଖତର ଟ୍ବିଟ୍ କରି ଲେଖଇଥିଲେ ଯେ,“ ବାଉନ୍ସର ଖେଳର ଏକ ଅଂଶ, କିନ୍ତୁ ଯେବେବି ଜଣେ ବୋଲର ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡକୁ ବଲ୍ ମାରିଥାଏ ଏବଂ ସେ ତଳେ ପଡ଼ିଯାଏ । ତେବେ ସୌଜନ୍ୟତା ଦୃଷ୍ଟିରୁ ବୋଲର ଜଣଙ୍କ ବ୍ୟାଟ୍ସମ୍ୟାନଙ୍କ ପାଖକୁ ଯାଇ କଥା ହେବା ଦରକରା । ମାତ୍ର ଆର୍ଚ୍ଚର ସେମିତି କିଛି କରି ନଥିଲେ । ଯେତେବେଳେ ସ୍ମିଥ୍ ଯନ୍ତ୍ରଣା ପାଉଥିଲେ । ଏଭଳି ସ୍ଥିତିରେ ମୁଁ ହିଁ ସର୍ବପ୍ରଥମେ ବ୍ୟାଟ୍ସମ୍ୟାନଙ୍କ ନିକଟକୁ ଦୌଡ଼ୁଥିଲି। ”

ଟ୍ୱିଟର
ଟ୍ୱିଟର

ଅଖତରଙ୍କ ଏହି ଟ୍ବିଟର ଜବାବରେ ଯୁବରାଜ ଏମିତି ଭାବରେ ଦେଇଛନ୍ତି । ଯୁବରାଜ ପ୍ରତି ଉତ୍ତରରେ ଲେଖିଛନ୍ତି, “ହଁ ତୁମେ ଏମିତି କରିପାର ସତ । କିନ୍ତୁ ତୁମେ ବ୍ୟାଟ୍ସମ୍ୟାନଙ୍କ ପାଖକୁ ଯାଇ କହୁ ଆଶା କରୁଛି ତୁମେ ଠିକ୍ ଥିବ । କାରଣ ଆଗକୁ ଆହୁରି ଏମିତି ବଲ୍ ପକାଯିବ । ”

ABOUT THE AUTHOR

...view details