ଓଡିଶା

odisha

ମୁଁ ଖେଳିଥିବା ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହେଲେ ଲାରା ଓ ସଚିନ: ୱାର୍ନ

By

Published : Nov 11, 2020, 7:22 PM IST

ସଚିନ ତେନ୍ଦୁଲକର ବ୍ରାଏନ ଲାରା ହେଉଛନ୍ତି ମୁଁ ଖେଳିଥିବା ଶ୍ରେଷ୍ଠ ଦୁଇ ବ୍ୟାଟ୍ସମ୍ୟାନ ବୋଲି କହିଲେ ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ଶେନ ୱାର୍ନ । ଅଧିକ ପଢ଼ନ୍ତୁ...

Sachin Tendulkar, Brian Lara, Shane Warne, Best batsman,  ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ଲାରା ଓ ସଚିନ, ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ଶେନ ୱାର୍ନ,  ସଚିନ ତେନ୍ଦୁଲକର,  ବ୍ରାଏନ ଲାରା
ମୁଁ ଖେଳିଥିବା ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହେଲେ ଲାରା ଓ ସଚିନ: ୱାର୍ନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ଶେନ ୱାର୍ନ ସଚିନ ତେନ୍ଦୁଲକର ଏବଂ ବ୍ରାଏନ ଲାରାଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ସହିତ କିମ୍ବା ବିପକ୍ଷରେ ଖେଳିଥିବା ଶ୍ରେଷ୍ଠ ଦୁଇ ବ୍ୟାଟ୍ସମ୍ୟାନ ହେଉଛନ୍ତି ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରା ।

‘‘ଏହି ଦୁଇ ଜଣ ଯୁବକ ସ୍ପଷ୍ଟ ଭାବରେ ଏବଂ ନିଶ୍ଚିତ ଭାବେ ଶ୍ରେଷ୍ଠ ଦୁଇ ବ୍ୟାଟ୍ସମ୍ୟାନ୍ ଥିଲେ ଯାହାଙ୍କ ବିପକ୍ଷରେ କିମ୍ବା ଯାହାଙ୍କ ସହ ମୁଁ ଖେଳିଥିଲି ଏବଂ ମୋ ପିଢ଼ିର (1989-2013) ମଧ୍ୟ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଥିଲେ ସଚିନ୍ ତେନ୍ଦୁଲକର ଏବଂ ବ୍ରାଏନ୍ ଲାରା ।’’ ମଙ୍ଗଳବାର ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିବା ଏକ ଫଟୋ ସହିତ ୱାର୍ନ ଲେଖିଛନ୍ତି, ‘ଆପଣ ମାନେ ଆମ ତିନି ଜଣଙ୍କୁ ଆଉଥରେ ପଡ଼ିଆରେ ମୁକାବିଲା କରୁଥିବା ଦେଖିବାକୁ ଚାହାନ୍ତି କି ?’’

1989 ମସିହାରେ 16 ବର୍ଷ ବୟସରେ ସଚିନ କରାଚିରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ। ସେ ଭାରତ ପାଇଁ 200 ଟେଷ୍ଟ ଖେଳିବା ସହ ଟେଷ୍ଟ ଏବଂ ଦିନିକିଆରେ 100 ଶତକ ହାସଲ କରିଥିଲେ। 463 ଟି ଦିନିକିଆରେ ତେନ୍ଦୁଲକର 49ଟି ଶତକ ସହ 18,426 ରନ୍ ସ୍କୋର କରିଥିଲେ ଏବଂ ଟେଷ୍ଟରେ ସେ 51 ଶତକ ସହ ନିଜ ନାମରେ 15,921 ରନ କରିଛନ୍ତି ।

ଅନ୍ୟପକ୍ଷରେ ଲାରା ବିଶ୍ବ କ୍ରିକେଟର ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ଟେଷ୍ଟ କ୍ରିକେଟରେ ଗୋଟିଏ ଇନିଂସରେ 400 ରନ୍ ସ୍କୋର କରିଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜ୍ ପାଇଁ 131 ଟେଷ୍ଟ ଏବଂ 299 ଟି ଦିନିକିଆ ଖେଳି ଯଥାକ୍ରମେ 11,953 ଏବଂ 10,405 ରନ୍ ସ୍କୋର କରିଥିଲେ।

ସବୁ ସମୟର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରେ ଥିବା ୱାର୍ନ ଅଷ୍ଟ୍ରେଲିଆ ପାଇଁ 145 ଟେଷ୍ଟରେ 708 ୱିକେଟ୍ ନେଇଥିଲେ । 194 ଟି ଦିନିକିଆରେ ସେ 293 ୱିକେଟ୍ ନେଇଥିଲେ।

@IANS

ABOUT THE AUTHOR

...view details