ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦକୁ ପୁଣି ଫେରିଲେ ଟମ ମୁଡି । ମଙ୍ଗଳବାର ମୁଡିଙ୍କୁ ସନରାଇଜର୍ସ ହାଇଦ୍ରାବାଦ କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି ।
55 ବର୍ଷୀୟ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ତଥା କୋଚ ଟମ ମୁଡି 2019 ଆଇପିଏଲ ସଂସ୍କରଣ ପର୍ଯ୍ୟନ୍ତ ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କୋଚ ରହିଥିଲେ । ତାଙ୍କର କାର୍ଯ୍ୟକାଳ ସମୟରେ 2016 ଆଇପିଏଲ ସଂସ୍କରଣରେ ଆଇପିଏଲ ଟାଇଟେଲ ବିଜେତା ହୋଇଥିଲା ହାଇଦ୍ରାବାଦ । ଏଥିସହ 5ଥର ଅରେଞ୍ଜ ଆର୍ମୀ ପ୍ଲେ-ଅଫରେ ସ୍ଥାନ ପକ୍କା କରିଥିଲା । ତେବେ ଗତବର୍ଷ ଜୁଲାଇରେ ଇଂଲଣ୍ଡର ବିଶ୍ବକୁ ବିଜୟୀ କୋଚ ଟ୍ରେଭର ବେଲିସ ତାଙ୍କ ସ୍ଥାନରେ ହାଇଦ୍ରାବାଦର କୋଚ ଭାବେ ଦାୟିତ୍ବ ନେଇଥିଲେ ।