ଓଡିଶା

odisha

ରୋହିତଙ୍କ ଖୁଲାସା, 3ୟ ଦ୍ବିଶତକରେ କାହିଁକି ଭାବୁକ ହୋଇଥିଲେ ରିତିକା

By

Published : Jun 6, 2020, 4:26 PM IST

3ୟ ଦ୍ବିଶତକ ହାସଲ ସମୟରେ ରୋହିତଙ୍କ ପତ୍ନୀ ରିତିକା ଭାବପ୍ରବଣ ହୋଇଯାଇଥିଲେ । ଏହାର ଖୁଲାସା କରିଛନ୍ତି ଖୋଦ ହିଟମ୍ୟାନ । ଅଧିକ ପଢନ୍ତୁ...

Rohit Sharma reveals why his wife got emotional after his 3rd double hundred
ରୋହିତଙ୍କ ଖୁଲାସା; 3ୟ ଦ୍ବିଶତକରେ କାହିଁକି ଭାବୁକ ହୋଇଥିଲେ ରିତିକା

ମୁମ୍ବାଇ: ଟିମ ଇଣ୍ଡିଆ ଓପନର ରୋହିତ ଶର୍ମା ନିଜର ବିଶାଳ ଛକା ଓ ଧୁଆଁଧାର ଇଂନିସ ପାଇଁ ଜଣାଶୁଣା । ଅବିଶ୍ବସନୀୟ ଲାଗୁଥିଲେ ମଧ୍ୟ ଦିନିକିଆ କ୍ରିକେଟରେ 3ଥର ଦ୍ବିଶତକ ହାସଲ କରିସାରିଛନ୍ତି ରୋହିତ ।

ତେବେ 3ୟ ଦ୍ବିଶତକ ହାସଲ ସମୟରେ ପତ୍ନୀ ରିତିକା ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିଲେ । ଦ୍ବିଶତକ ପୂରଣ ହେବାପରେ ରିତିକା ଭାବପ୍ରବଣ ହୋଇଯାଇଥିଲେ । ଏହାର ଖୁଲାସା କରିଛନ୍ତି ଖୋଦ ହିଟମ୍ୟାନ ରୋହିତ ।

ରୋହିତ କହିଛନ୍ତି ଏହା ତାଙ୍କ ବିହାହ ବାର୍ଷିକୀ ଦିନ ଥିଲା । ସେ ମ୍ୟାଚ ଖେଳୁଥିଲେ । 196 ରନରେ ଖେଳୁଥିବା ବେଳେ ରନଆଉଟରୁ ବର୍ତ୍ତିବା ପାଇଁ ଡ୍ରାଇଭ ଲଗାଇଥିଲେ । ଫଳରେ ରିତିକା ଚିନ୍ତିତ ହୋଇପଡିଥିଲେ । ତେବେ ଦ୍ବିଶତକ ପୂରଣ ପରେ ରିତିକା ଖୁସିରେ ଭାବପ୍ରବଣ ହୋଇଯାଇଥିଲେ ।

ରୋହିତ କହିଛନ୍ତି ଗ୍ରାଉଣ୍ଡରୁ ଫେରି ଯେତେବେଳେ, ରିତିକାଙ୍କୁ କାହିଁକି କାନ୍ଦୁଥିଲ ବୋଲି ରୋହିତ ପଚାରିଥିଲେ ସେତେବଳେ, ଡାଇଭ ବେଳେ ହାତରେ ଆଘାତ ଲାଗିଥିବ ବୋଲି ସେ (ରିତିକା) ଅନୁଭବ କରିଥିଲେ ବୋଲି କହିଥିଲେ ।

32 ବର୍ଷିୟ ରୋହିତ ପଞ୍ଜାବ କ୍ରିକେଟ ଆସୋସିଏନର ଆଇଏସ ବିନ୍ଦ୍ରା ଷ୍ଟାଡିୟମ ମୋହାଲିରେ, ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ଦ୍ବିଶତକୀୟ ଇଂନିସ ଖେଳିଥିଲେ । 13 ଚୌକା ଓ 12 ଛକା ସହାୟତାରେ 153 ବଲରୁ ଧୁଆଁଧାର 208 ରନ ସଂଗ୍ରହ କରିଥିଲେ ।

ABOUT THE AUTHOR

...view details