ଦୁବାଇ: ପ୍ରକାଶ ପାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସମ୍ମାନଜନକ "ଆଇସିସି ଆୱାର୍ଡ 2019" । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ "2019 ସ୍ପିରିଟ ଅଫ ଦ କ୍ରିକେଟ ଆୱାର୍ଡ" ଦେଇଛି ଆଇସିସି । ତେବେ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ବିରାଟ କରିଥିବା ମହାନ କାମ ପାଇଁ ତାଙ୍କୁ ମିଳିଛି ଏହି ସମ୍ମାନ ।
ତେବେ ଉକ୍ତମ୍ୟାଚରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥଙ୍କୁ ଗ୍ୟାଲେରୀରେ ବସିଥିବା କିଛି ଭାରତୀୟ କ୍ରିକେଟ ପ୍ରେମୀ ଚିଟର ଚିଟର କହି ଚିଡାଇଥିଲେ । ଏହା ଶୁଣି ବିରାଟ ଦୁଖଃ ପ୍ରକାଶ କରିବା ସହ ପାଭେଲିଅନ ପାଖକୁ ଆସି ସ୍ମିଥଙ୍କ ପାଇଁ ଚିୟର କରିବାକୁ କହିଥିଲେ । ତେବେ କୋହଲିଙ୍କ ଏହି ସ୍ପୋର୍ଟ୍ସ ମ୍ୟାନ ସ୍ପିରିଟ ପାଇଁ ତାଙ୍କୁ ସବୁ ଆଡୁ ବାଃ ବାଃ ମିଳିଥିଲା ।