ଓଡିଶା

odisha

ଟ୍ରଫି ଟେକିଲା ମୁମ୍ବାଇ, ପୋଲାର୍ଡଙ୍କୁ ଦେବାକୁ ପଡିଲା ଜରିମାନା

By

Published : May 14, 2019, 6:57 AM IST

4ର୍ଥ ଥର ପାଇଁ ଟ୍ରଫି ଟେକିଛନ୍ତି ରୋହିତ ଶର୍ମା । ମାତ୍ର ଏହି କରାଣ ଯୋଗୁଁ ମ୍ୟାଚ୍ ଫି ର ୨୫ ପ୍ରତିଶତ ଜୋରିମାନା ଦେବାକୁ ପଡିଛି ମୁମ୍ବାଇ ଅଲରାଉଣ୍ଡର କିରଣ ପୋଲାର୍ଡଙ୍କୁ ।

ଫଟୋ ସୌଜନ୍ୟ- ଟ୍ବିଟର @ipl

ହାଇଦ୍ରାବାଦ: ସଣ୍ଡେ ମୁକାବିଲାର ଫାଇନାଲ ଫାଇଟରେ ବାଜିମତ୍‌ କରିଛି ମୁମ୍ବାଇ ଇଣ୍ଡିଆନ୍ସ । 4ର୍ଥଥର ପାଇଁ ଟ୍ରଫି ଟେକିଛନ୍ତି ରୋହିତ ଶର୍ମା । ମାତ୍ର ଏହି କାରଣ ଯୋଗୁଁ ମ୍ୟାଚ୍ ଫିର ୨୫ ପ୍ରତିଶତ ଜୋରିମାନା ଦେବାକୁ ପଡିଛି ମୁମ୍ବାଇ ଅଲରାଉଣ୍ଡର କିରଣ ପୋଲାର୍ଡଙ୍କୁ । ତେବେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରିବାରୁ ପୋଲାର୍ଡଙ୍କୁ ଏମିତି ଶାସ୍ତି ମିଳିଛି ।

ଭିଡିଓ ସୌଜନ୍ୟ- ଟ୍ବିଟର @ipl

ଘଟଣାଟି ଘଟିଥିଲା ମୁମ୍ବାଇ ଇନିଂସର ଶେଷ ଓଭରରେ । 20ତମ ଓଭରରେ ବୋଲି କରୁଥିଲେ ନିଜ ଦେଶର ଡାୱେନ ବ୍ରାଭୋ । ତେବେ ବ୍ରାଭୋ 2ୟ ବଲଟି ୱାଇଡ ଲେନ୍ଥ ଉପରେ ପକାଇଥିଲେ । ମାତ୍ର ଅମ୍ପାୟାରକୁ ଏହାକୁ ୱାଇଡ ଦେଇନଥିଲେ । ସେହିପରି 3ୟ ବଲଟି ମଧ୍ୟ ବ୍ରାଭୋ ୱାଇଡ ଲେନ୍ଥଠାରୁ ଦୂରରେ ପକାଇଥିଲେ । ତଥାପି ଅମ୍ପାୟାର ଏହାକୁ ୱାଇଡ୍ ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପୋଲାର୍ଡ ନିଜ ବ୍ୟାଟ୍ ଉପରକୁ ଉଡାଥିଲେ ।

ତେବେ ପରବର୍ତ୍ତୀ ବଲରେ ପୋଲାର୍ଡ ପିଚର ଏକ କୋଣରେ ଠିଆ ହୋଇ ବ୍ୟାଟିଂ ଆରମ୍ଭ କରିଥିଲେ । ଯାହାକୁ ଦେଖି ସମସ୍ତ ଖେଳାଳି ଆଶ୍ଚର୍ଯ୍ୟ ତକିତ ମଧ୍ୟ ହୋଇଯାଇଥିଲେ । ମାତ୍ର ବ୍ରାଭୋଙ୍କ ରନଅପ୍ ବେଳେ ସେ ଷ୍ଟମ୍ପ ଛାଡ଼ି ପିଚ ପଳାଇ ଯାଇଥିଲେ । ଫଳରେ ବଲଟି ଡେଡ ବଲ ହୋଇଥିଲା ।

ଏହା ପରେ ଅମ୍ପାୟାର ପୋଲାର୍ଡଙ୍କ ସହ ଏହି ବିଷୟେର କଥା ହୋଇଥିଲେ । ଅମ୍ପାୟାର ତାଙ୍କୁ ବୁଝାଇ କହିଥିଲେ, ଏମିତି ବ୍ୟାଟିଂ କରିପାରିବେ ନାହିଁ । ଅମ୍ପାୟାରଙ୍କ କଥା ମାନିବା ପରେ ପୋଲାର୍ଡ ଠିକ୍ ଭାବେ ବ୍ୟାଟିଂ କରିଥିଲେ । ସୂଚନାଯୋଗ୍ୟ, ଏହି ମ୍ୟାଚରେ ପୋଲାର୍ଡ ଦମଦାର ବ୍ୟାଟିଂ କରି ମାତ୍ର ୨୫ ବଲରେ ୪୧ ରନ୍ କରିଥିଲେ।

ABOUT THE AUTHOR

...view details