ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ ନାଁରେ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର ଦାନିସ କାନେରିଆ । ବୋର୍ଡ ସହଯୋଗ କରିଥିଲେ ସେ ଅନେକ ରେକର୍ଡ ଭଙ୍ଗ କରିପାରିଥାନ୍ତେ ବୋଲି କହିଛନ୍ତି ଏହି ପାକିସ୍ତାନ ସ୍ପିନର ।
କାନେରିଆଙ୍କୁ ଏକ ଫିକ୍ସିଂ ମାମଲରେ ଆଜୀବନ କ୍ରିକେଟରୁ ବାସନ୍ଦ ହେବାକୁ ପଡିଛି । ତେବେ 2ୟ ହିନ୍ଦୁ କ୍ରିକେଟର ଭାବେ ପାକିସ୍ତାନ ଟିମରେ ଖେଳିବାର ସୁଯୋଗ ପାଇଛନ୍ତି ଦାନିସ କାନେରିଆ । ତେବେ ସେ ହିନ୍ଦୁ ହୋଇଥିବା ଯୋଗୁଁ ଟିମରେ ଅସହଯୋଗର ଶୀକାର ହୋଇଥିବା କହି ପୂର୍ବରୁ ଚର୍ଚ୍ଚାରେ ରହିଥିଲେ କାନେରିଆ ।