ଓଡିଶା

odisha

ହସ୍ପିଟାଲ ୱାର୍ଡ: ଆହତ ଭାରତୀୟ ଖେଳାଳିଙ୍କ ତାଲିକା

By

Published : Jan 12, 2021, 9:27 PM IST

ସିଡନୀରେ ଡ୍ର ପରେ ସିରିଜ 1-1ରେ ବରାବର ରହିଛି । ବ୍ରିସବେନ ଲଢେଇ ପାଇଁ ଦଳ ପ୍ରସ୍ତୁତ ହେଉଛି । ମାତ୍ର ଆହତ ସମସ୍ୟା ପ୍ରମୁଖ ଚିନ୍ତାର କାରଣ ସାଜିଛି । ଭାରତୀୟ ଟିମ ଏକ ମିନି ହସ୍ପିଟାଲରେ ପରିଣତ ହୋଇଛି । ଅଧିକ ପଢନ୍ତୁ...

Hospital Ward: List of injured Indian players
ହସ୍ପିଟାଲ ୱାର୍ଡ: ଆହତ ଭାରତୀୟ ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ: ସୋମବାର ଯେବେ ଟିଭି କ୍ୟାମେରା ଭାରତୀୟ ଡ୍ରେସିଂ ରୁମକୁ ପଡୁଥିଲା, ରବିଚନ୍ଦ୍ରନ ଅଶ୍ବିନ ଏସସିଜି ବାଲକୋନିରେ ଛିଡା ହେବାର ଦେଖାଯାଉଥିଲେ କିମ୍ବା ରେଲିଂ ଉପରେ ନିର୍ଭରଶୀଳ ହୋଇଥିଲେ । ମାତ୍ର ଗୋଟିଏ ଥର ବସିବା ଦେଖାଯାଇନଥିଲେ ।

ଦର୍ଶକଙ୍କ ଏମିତି ଭାବିଥାଇପାରନ୍ତି ଯେ, ଚେତେଶ୍ବର ପୂଜାରା ଓ ଋଷଭ ପନ୍ତଙ୍କୁ ଆଉଟ କରିବାକୁ ଅଷ୍ଟ୍ରେଲିଆ ବୋଲିଂ ଆକ୍ରମଣ ଜୋର ଲଗାଇଛି । ସେଥିପାଇଁ ହୁଏତ ଦଳର ବରିଷ୍ଠ ଖେଳାଳି ଦୃଷ୍ଟିରୁ ଅଶ୍ବିନ ଚିନ୍ତାରେ ଥାଇପାରନ୍ତି । ମାତ୍ର ଅଶ୍ବିନଙ୍କ ପତ୍ନୀଙ୍କ ଏକ ଟ୍ବିଟ ସବୁ ରହସ୍ୟ ଉପରୁ ପରଦା ହଟାଇଥିଲା ।

ଅଶ୍ବିନ ଖୁବଜୋରରେ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଯନ୍ତ୍ରଣା ଯୋଗୁଁ ପୂର୍ବ ରାତିରେ ଠିକ୍‌ରେ ଶୋଇ ମଧ୍ୟ ପାରିନଥିଲେ । ତେବେ ସିଡନୀରେ ଡ୍ର ପରେ ସିରିଜ 1-1ରେ ବରାବର ରହିଛି । ବ୍ରିସବେନ ଲଢେଇ ପାଇଁ ଦଳ ପ୍ରସ୍ତୁତ ହେଉଛି । ମାତ୍ର ଆହତ ସମସ୍ୟା ପ୍ରମୁଖ ଚିନ୍ତାର କାରଣ ସାଜିଛି । ଭାରତୀୟ ଟିମ ଏକ ମିନି ହସ୍ପିଟାଲରେ ପରିଣତ ହୋଇଛି । କୋଚ ରବି ଶାସ୍ତ୍ରୀ ଓ କ୍ୟାପଟେନ ଅଜିଙ୍କ୍ୟ ରାହାଣେ ଫିଟ୍ ଏକାଦଶ ଘୋଷଣା କରିବା ନେଇ ଚିନ୍ତାରେ ପଡିଛନ୍ତି । ମଙ୍ଗଳବାର ଆହତ ଭାରତୀୟ କ୍ରିକେଟରଙ୍କ ତାଲିକାରେ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ଓପନର ମୟଙ୍କ ଅଗ୍ରୱାଲ ଯୋଡି ହୋଇଛନ୍ତି ।

ଯାହା ଅଷ୍ଟ୍ରେଲିଆ ଗସ୍ତକୁ ପ୍ରଭାବିତ କରିଥିବା ଆହତ ତାଲିକା -

ଇଶାନ୍ତ ଶର୍ମା:

ସିନିୟର ଦ୍ରୁତ ବୋଲର ଇଶାନ୍ତ ଶର୍ମା ସେପ୍ଟେମ୍ବରରେ ଆଇପିଏଲରେ ଗୋଟିଏ ମ୍ୟାଚ ଖେଳିବା ପରେ ଆହତ ହୋଇ ଅଷ୍ଟ୍ରେଲିଆ ସିରିଜରୁ ବାଦ ପଡିଥିଲେ । ଇଶାନ୍ତ ସିରିଜ ଆରମ୍ଭ ପୂର୍ବରୁ ଫିଟ୍ ହୋଇଥିଲେ । ମାତ୍ର ଟେଷ୍ଟ କ୍ରିକେଟରୁ ଫେରିବାକୁ ଅଧିକ ଅଭ୍ୟାସ ଜରୁରୁୀ ଥିଲା । ଫଳରେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରଗୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦିଲ୍ଲା ପକ୍ଷରୁ ଖେଳି ପ୍ରତିଯୋଗୀତା ମୂଳକ କ୍ରିକେଟରୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ।

ରୋହିତ ଶର୍ମା :

ଆଇପିଏଲ ସମୟରେ ବୋଧହୁଏ ସବୁଠୁ ବଡ ମାଂସପେଶୀ ଜନିତ ଆଘାତ ଦେଖାଯାଇଥିଲା । ମୁମ୍ହାଇ ଇଣ୍ଡିଆନ୍ସ କ୍ୟାପଟେନ ଯନ୍ତ୍ରଣା ସତ୍ତ୍ବେ ଫାଇନାଲ ମ୍ୟାଚ ଖେଳିଥିଲେ ମାତ୍ର ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ବାଦ ପଡିଥିଲେ । ପରେ 14 ଦିନ କଡା କ୍ବାରେଣ୍ଟିନରେ ରହିବା ପରେ ରୋହିତ ସିଡନୀ ପହଞ୍ଚିଥିଲେ । ଫିଟ୍ ସତ୍ତ୍ବେ ପ୍ରଥମ ଦୁଇଟି ଟେଷ୍ଟ ମଧ୍ୟ ଖେଳିନଥିଲେ । ପରେ ସିଡନୀ ଟେଷ୍ଟର ଦ୍ବିତୀୟ ଇଂନିସରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ ।

ମହମ୍ମଦ ସାମି:

ଷ୍ଟାର ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି । ଭାରତୀୟ ଟେଷ୍ଟ ସ୍କ୍ବାଡ ଓ ବୋଲିଂ ବିଭାଗର ଗୁରୁତ୍ବପୂର୍ଣ୍ଣ ଖେଳାଳି । ମାତ୍ର ଆଡିଲେଷ୍ଟ ଟେଷ୍ଟରେ ପାଟ କମିନ୍ସଙ୍କ ଏକ ସଟ ବଲକୁ ଅଟକାଇବାକୁ ଚେଷ୍ଟା କରି ଆହତ ହୋଇଥିଲେ । ଏହାପରେ ଅବଶିଷ୍ଟ 3ଟି ଟେଷ୍ଟରୁ ବାଦ ପଡିଥିଲେ । ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟପରେ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି ।

ଉମେଶ ଯାଦବ:

ଅନ୍ୟତମ ଷ୍ଟାର ଦ୍ରୁତ ବୋଲର ଉମେଶ ଯାଦବ ଫିଲ୍ଡିଂ କରୁଥିବାବେଳେ ମାଂସପେଶୀ ଟାଣିହୋଇଯିବାରୁ ବାଦ ପଡିଥିଲେ । ଖୁବଶୀଘ୍ର ସେ ଜାତୀୟ କ୍ରିକେଟ ଏକାଡେମୀ ବେଙ୍ଗାଲୁରୁରେ ସୁସ୍ଥ ହେବାପାଇଁ ପହଞ୍ଚିବେ । ଆସନ୍ତା ମାସରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜରେ ଯାଦବ ଫିଟ୍ ହେବାର ସମ୍ଭାବନା ରହିଛି ।

କେଏଲ ରାହୁଲ:
ସୀମିତ ଓଭର ସିରିଜରେ ଭଲ ପ୍ରଦର୍ଶନ କରିଥିବା ଲୋକେଶ ରାହୁଲ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅଭ୍ୟାସ ବେଳେ ଆହତ ହୋଇଥିଲେ । ପରେ ଭାରତ ଫେରିଆସିଛନ୍ତି । ରାହୁଲ ସ୍ବଦେଶ ଫେରିବା ପରେ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଶୂନ ହୋଇଯାଇଛି ।

ରବିନ୍ଦ୍ର ଜାଡେଜା:

ଭାରତର ଏହି ଷ୍ଟାର ଅଲରାଉଣ୍ଡର ସିଡନୀ ଟେଷ୍ଟରେ ମିଚେଲ ଷ୍ଟାର୍କଙ୍କ ଏକ ସର୍ଟ ବଲକୁ ଖେଳିବାକୁ ଯାଇ ଆହତ ହୋଇଥିଲେ । ସ୍କାନ ପରେ ବାମହାତର ଆଙ୍ଗୁଳି ଭାଙ୍ଗି ଯାଇଥିବା ଜଣାପଡିଥିଲା । ପ୍ରାୟ ଦୁଇ ମାସ ପାଇଁ ସେ ତାଲିକାରୁ ବାଦ ପଡିବା ନିଶ୍ଚିନ୍ତ । ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ମଧ୍ୟ ଖେଳିପାରିବେନି ଜାଡେଜା ।

ଋଷଭ ପନ୍ତ:
ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ପାଟ କମିନ୍ସଙ୍କ ଏକ ବଲକୁ ଖେଳିବାକୁ ଯାଇ ଆହତ ହୋଇଥିଲେ । ପରେ ସିଡନୀ ଟେଷ୍ଟର ଦ୍ବିତୀୟ ଇଂନିସରେ ୱିକେଟି କିପିଂ କରିବାକୁ ଆସିନଥିଲେ । ତେବେ ସେ ଫିଟ୍ ଅଛନ୍ତି ଓ ବ୍ରିସବେନରେ 4ର୍ଥ ଟେଷ୍ଟ ଖେଳିବେ ।

ହନୁମା ବିହାରୀ:

ସିଡନୀ ଟେଷ୍ଟର ହିରୋ ହନୁମା ବିହାରୀ 161 ବଲର ସାମ୍ନା କରିବାପରେ ମାଂସପେଶୀ ଜନିତ ଆହତର ସମ୍ମୁଖୀନ ହୋଇଛନ୍ତି । ଏଥିସହ ବ୍ରିସବେନ ଟେଷ୍ଟ ଓ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ ପଡିଛନ୍ତି ।

ରବିଚନ୍ଦ୍ରନ ଅଶ୍ବିନ:

ସିରିଜରେ ଏଯାବତ 134 ଓଭର ବୋଲି କରିସାରିଛନ୍ତି ଅଶ୍ବିନ । ଏହା ଜଣେ ଭାରତୀୟ ବୋଲର ଭାବେ କୌଣସି ସିରିଜରେ ସର୍ବାଧିକ । ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ସତ୍ତ୍ବେ ସିଡନୀରେ ଖେଳିବା ଜାରି ରଖିଥିଲେ । ତେବେ ବ୍ରିସବେନରେ ଭାରତୀୟ ଟିମ ତାର ବରିଷ୍ଠ ସ୍ପିନର ବରିଷ୍ଠ ଖେଳିବା ନେଇ ଆଶାବାଦୀ ରହିବ ।

ମୟଙ୍କ ଅଗ୍ରୱାଲ

ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହେବାପରେ, ଅଗ୍ରୱାଲ ସିଡନୀ ଟେଷ୍ଟରେ ଭାରତୀୟ ଚୁଡାନ୍ତ ଏକାଦଶରେ ନିଜର ସ୍ଥାନ ହରାଇଥିଲେ । ହନୁମା ବିହାରୀଙ୍କ ସ୍ଥାନରେ ମୟଙ୍କଙ୍କ ଖେଳିବା ନେଇ ଆଶା କରାଯାଉଛି । ଅଭ୍ୟାସ ବେଳେ ଆହତ ହୋଇଥିବା ଜଣାପଡିଛି ।

ଜଶପ୍ରୀତ ବୁମରା:

ସିଡନୀ ଟେଷ୍ଟରେ ଗୋଟିଏ ବାଉଣ୍ଡ୍ରୀକୁ ଅଟକାଇବାକୁ ଯାଇ ବୁମରା ଆହତ ହୋଇଥିଲେ । ଫଳରେ ବ୍ରିସବେନ ଟେଷ୍ଟରୁ ବାଦ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details