ଓଡିଶା

odisha

ଗମ୍ଭୀରଙ୍କ ଉଦାରତା: ପାକିସ୍ତାନୀ ଝିଅକୁ ବଢାଇଲେ ସହଯୋଗର ହାତ

By

Published : Oct 19, 2019, 9:41 PM IST

ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହୁଁଥିବା ଜଣେ 6ବର୍ଷର ପାକିସ୍ତାନୀ ଝିଅକୁ ଭାରତ ଆସିବାରେ ସହଯୋଗ କରିଛନ୍ତି ଗମ୍ଭୀର ।

ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । ଜଣେ 6ବର୍ଷର ପାକିସ୍ତାନି ଝିଅକୁ ଭାରତ ଆସିବାରେ ସହଯୋଗ କରିଛନ୍ତି ଗମ୍ଭୀର ।

ଫଟୋ ସୌଜନ୍ୟ: twitter@ANI

ଝିଅଟି ଚିକିତ୍ସା ପାଇଁ ଭାରତ ଆସିଥିବା ଜଣାପଡିଛି । ତେବେ ପୁଲୱାମା ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅତ୍ୟନ୍ତ ତିକ୍ତ ହୋଇଛି । ଏପରିକି 2 ଦେଶ ମଧ୍ୟରେ ଯାତାୟାତ ମଧ୍ୟ ସ୍ଥଗିତ ରହିଛି । ତେବେ ଚିକିତ୍ସା ପାଇଁ ଭାରତ ଆସିବାକୁ ଚାହୁଁଥିବା ଝିଅଟିକୁ ଭିସା ପାଇଁ, ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ ଗମ୍ଭୀର ।

ଝିଅକୁ ଭିସା ମିଳିବାମ ପରେ ଗମ୍ଭୀର ପ୍ରଧାମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ଗମ୍ଭୀର କହିଛନ୍ତି ପାକିସ୍ତାନ ସରକାର, ଆଇଏସଆଇ ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ସେ ସର୍ବଦା ବିରୋଧ କରିବେ । ମାତ୍ର ଚିକିତ୍ସା ପାଇଁ ଆସିଥିବା ଝିଅକୁ ନୁହେଁ । ଝିଅଟି ଶୀଘ୍ର ସୁସ୍ଥ ହେବାପାଇଁ ମଧ୍ୟ ଗମ୍ଭୀର ପ୍ରାର୍ଥନା କରିଛନ୍ତି ।

ABOUT THE AUTHOR

...view details