ଓଡିଶା

odisha

ଦ୍ବିତୀୟ ଥର ବାପା ହେଲେ ଜୋ ରୁଟ, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

By

Published : Jul 8, 2020, 10:44 PM IST

ଦ୍ବିତୀୟ ଥର ବାପା ହେଲେ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ । ପ୍ରଥମ ଟେଷ୍ଟ ନଖେଳି ପତ୍ନୀଙ୍କ ପାଖକୁ ଯିବାକୁ ନେଇଥିଲେ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ...

England skipper Joe Root, Joe Root celebrates birth of second child, ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ, ଦ୍ବିତୀୟ ଥର ବାପା ହେଲେ ଜୋ ରୁଟ
ଦ୍ବିତୀୟ ଥର ବାପା ହେଲେ ଜୋ ରୁଟ, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

ଲଣ୍ଡନ: ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ ତାଙ୍କର ଦ୍ବିତୀୟ ସନ୍ତାନର ଜନ୍ମକୁ ସ୍ବାଗତ କରିଛନ୍ତି। ବୁଧବାର ରୁଟ ତାଙ୍କର ଦୁଇ ଛୁଆଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି।

ରୁଟଙ୍କ ଦ୍ବିତୀୟ ସନ୍ତାନ ହେବାକୁ ଥିବାରୁ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହୋଇଥିବା ପ୍ରଥମ ଟେଷ୍ଟ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ ରୁଟ ଏବଂ ନିଜ ପତ୍ନୀଙ୍କ ପାଖକୁ ଯାଇଥିଲେ । ଏହାସହ ମ୍ୟାଚର ପ୍ରଥମ ଦିନ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ରୁଟ୍ କହିଛନ୍ତି, ‘‘ଗୁଡ୍‌ ଲକ ବଏଜ୍ @englandcricket। ଆମେ ଆପଣଙ୍କୁ ସବୁବେଳେ ଦେଖିବୁ ଏବଂ ସମର୍ଥନ କରିବୁ! #cricketisback ।

ରୁଟଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦଳର ଅଧିନାୟକ ଅଛନ୍ତି। ବୁଧବାର ଷ୍ଟୋକ୍ସ ଗଣମାଧ୍ୟମକୁ କହିଛନ୍ତି ଯେ ସେ ରୁଟଙ୍କ ସହ କଥା ହୋଇଥିଲେ ଏବଂ ରୁଟ ଘରେ ରହି ତାଙ୍କ ପାଇଁ ଉପଲବ୍ଧ ହେବେ ବୋଲି କହିଥିଲେ ।

ମେଟ୍ରୋ କୋ.ୟୁକେ ଅନୁଯାୟୀ ଷ୍ଟୋକ୍ସ ଗଣମାଧ୍ୟମକୁ କହିଛନ୍ତି ଯେ ମତେ ଅଧିକ ପରାମର୍ଶ ଦିଆଯାଇ ନାହିଁ, ଯଦିଓ ଅନେକ ମତାମତ ଉଡ଼ୁଛି।

‘‘ମୁଁ ପାଇଥିବା ସର୍ବୋତ୍ତମ ବାର୍ତ୍ତା ହେଉଛି ଯେତେବେଳେ ମୁଁ ଗତକାଲି ବ୍ଲେଜର ସହ ମୋର ଫଟୋ ସେୟାର କରିଥିଲି ରୁଟ କେବଳ ହ୍ୟାଙ୍ଗରରେ ଏକ ମେସେଜ କରି କହିଥିଲେ ‘ତୁମେ ତୁମ ହିସାବରେ କ୍ୟାପ୍ଟେନ୍ସି ହେବ’ ।

ତେବେ ପରବର୍ତ୍ତୀ ଦୁଇଟି ଟେଷ୍ଟ ପାଇଁ ରୁଟ ଫେରିବେ ବୋଲି ସୂଚନା ରହିଛି ।

@IANS

ABOUT THE AUTHOR

...view details