ମେଲବର୍ଣ୍ଣ: ଖେଳାଳିଙ୍କ ଠାରୁ ନେଇ କ୍ରିକେଟ ବୋର୍ଡ ପର୍ଯ୍ୟନ୍ତ ସବୁଠି ବିଶ୍ବର ସର୍ବବୃହତ ଟି-20 ଲିଗ ଆଇପିଏଲକୁ ନେଇ ଚର୍ଚ୍ଚା । 2020 ସଂସ୍କରଣର ଆଇପିଏଲ ମାର୍ଚ୍ଚରୁ ଆରମ୍ଭ ହେବାର ଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ଏହି ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବାତିଲ ଘୋଷଣା କରାଯାଇଛି ।
ଆଇପିଏଲ ନେଇ ଅଷ୍ଟ୍ରେଲିଆ ସ୍ପିଡଷ୍ଟାର ମିଚେଲ ଷ୍ଟାର୍କଙ୍କ ବଡ ବୟାନ । ଅଷ୍ଟ୍ରେଲିଆ ପକ୍ଷରୁ ଘରୋଇ ସିଜିନ ଖେଳିବା ପରିବର୍ତ୍ତେ, ଯେଉଁମାନେ ଆଇପିଏଲ ଖେଳିବାକୁ ପସନ୍ଦ କରିବେ, ସେଥିରେ ଅସୁବିଧା ନାହିଁ ବୋଲି ଷ୍ଟାର୍କ କହିଛନ୍ତି । ପରୋକ୍ଷରେ ବୋର୍ଡ ଆଇପିଏଲ ଖେଳିବାକୁ ଅନୁମତି ଦେବାକୁ ସେ କହିଥିବା ଚର୍ଚ୍ଚା ହେଉଛି । ଆରୋନ ଫିଞ୍ଚ, ଡେଭିଡ ୱାର୍ଣ୍ଣର, ଗ୍ଳେନ ମାକ୍ସୱେଲ, ଷ୍ଟିଭ ସ୍ମିଥ, ପାଟ କମିନ୍ସ, ଜସ ହେଜେଲଉଡ, ମିଚେଲ ଷ୍ଟାର୍କ, ଆଲେକ୍ସ କ୍ୟାରୀଙ୍କ ପରି ଅଷ୍ଟ୍ରେଲିଆର ଆଗଧାଡିର ଖେଳାଳି ଆଇପିଏଲର ବିଭିନ୍ନ ଫ୍ରାଞ୍ଜାଇଜର ଷ୍ଟାର ଖେଳାଳି ।