ଓଡିଶା

odisha

DDCAର ଚାରି ସଦସ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

By

Published : Apr 16, 2020, 10:48 AM IST

Updated : Apr 16, 2020, 11:31 AM IST

ଅବସରପ୍ରାପ୍ତ ବିଚାରପତି ଦୀପକ ବର୍ମା ତଥା DDCA ର ଲୋକପାଳ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନର 4 ଜଣ ସଦସ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

DDCA ombudsman takes action against 4 members
DDCAର ଚାରି ସଦସ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ (DDCA)ର ଲୋକପାଳ, ବୋର୍ଡର 4 ଜଣ ସଦସ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅବସରପ୍ରାପ୍ତ ବିଚାରପତି ଦୀପକ ବର୍ମା ଏହି ନିଷ୍ପତି ନେଇଥିା ଜଣା ପଡିଛି ।

ରଞ୍ଜନ ମଞ୍ଚଦା, ଅପୂର୍ବ ଜୈନ, ଆଲୋକ ମିତ୍ତର, ଓ ନୀତିନ ଗୁପ୍ତା ଏହି 4 ସଦସ୍ୟ ରହିଛନ୍ତି । ଏହି 4 ସଦସ୍ୟଙ୍କୁ ବୋର୍ଡର କୌଣସି ପରିଚାଳନାଗତ କାର୍ଯ୍ୟକ୍ରମ, ଆର୍ଥିକ ପରିଚାଳନ ଓ ନିଷ୍ପତିଗତ କାର୍ଯ୍ୟକ୍ରମରୁ ବାରଣ କରାଯାଇଛି ।

ଏପ୍ରିଲ 15ରେ ଏହି ଚାରି ସଦସ୍ୟଙ୍କ ନାମରେ ସଞ୍ଜୟ ଭରଦ୍ବାଜଙ୍କ ଠାରୁ ଏକ ଜରୁରୀ ଦାବିପତ୍ର ପାଇଥିଲେ ବୋଲି DDCAର ଲୋକପାଳ ଦୀପକ ବର୍ମା କହିଛନ୍ତି । ଏହାପରେ ସେ ଏ ନିଷ୍ପତି ଗ୍ରହଣ କରିଛନ୍ତି ।

Last Updated : Apr 16, 2020, 11:31 AM IST

ABOUT THE AUTHOR

...view details