ଓଡିଶା

odisha

ବନାଅଗ୍ନୀ ପୀଡିତାଙ୍କୁ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ବଦାନ୍ୟତା

By

Published : Jan 4, 2020, 4:39 AM IST

ଅଷ୍ଟ୍ରେଲିଆ କ୍ରିକେଟର କ୍ରିସ ଲିନ୍‌, ଗ୍ଲେନ ମାକ୍ସୱେଲ, ଡି ଆର୍ସି ସର୍ଟ ଏକ ନିଆର ଢଙ୍ଗରେ ଅଷ୍ଟ୍ରେଲିଆ ବନାଅଗ୍ନୀ ପୀଡିତାଙ୍କୁ ପୀଡିତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଚଳିତ ବିଗ ବାସ ଲିଗରେ ପ୍ରତି ଛକା ବଦଳରେ ଏନେ ପୀଡିତାଙ୍କୁ 250 ଡଲାର ର ଅର୍ଥ ରାଶି ସାହାଯ୍ୟ କରିବେ ।

austrelian-cricketer-donate-for-every-six-they-hit-during-bbl-to-bushfire-appeal
ବନାଅଗ୍ନୀ ପୀଡିତାଙ୍କୁ ଅଷ୍ଟ୍ରେଲିଆ କ୍ରିକେଟରଙ୍କ ବଦାନ୍ୟତା

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟର କ୍ରିସ ଲିନ୍‌, ଗ୍ଲେନ ମାକ୍ସ ୱେଲ, ଡି ଆର୍ସି ସର୍ଟ ଏକ ନିଆର ଢଙ୍ଗରେ ଅଷ୍ଟ୍ରେଲିଆ ବନାଅଗ୍ନୀ ପୀଡିତାଙ୍କୁ ପୀଡିତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଚଳିତ ବିଗ ବାସ ଲିଗରେ ପ୍ରତି ଛକା ବଦଳରେ ଏନେ ପୀଡିତାଙ୍କୁ 250 ଡଲାରର ଅର୍ଥ ରାଶି ସାହାଯ୍ୟ କରିବେ । ଏନେଇ ଟ୍ବିଟରେ ଘୋଷଣା କରିଛନ୍ତି କ୍ରିସ ଲିନ୍‌ ।

କ୍ରିସ ଲିନ୍‌ ଟ୍ବିଟ କରି ଲେଖିଛନ୍ତି, "ମୁଁ ଘୋଷଣା କରୁଛି ଯେ, ରେଡ କ୍ରସ ବ୍ରୁସ ଫାୟାରରେ ପୀଡିତା ପରିବାରଙ୍କୁ ମୁଁ ବିଗ ବାସ ଲିଗରେ ମାରିଥିବା ପ୍ରତି ଛକା ବଦଳରେ 250 ଡଲାର ଦେବି ।" ପରେ ଲିନଙ୍କ ଟ୍ବିଟକୁ ସମର୍ଥନ କରି ମାକ୍ସୱେଲ ଲେଖିଛନ୍ତି, "ମୁଁ ତୁମକୁ ସମର୍ଥନ କରୁଛି ଲିନ । ମୁଁ ମଧ୍ୟ ପ୍ରତି ଛକା ବଦଳରେ 250 ଡଲାର ଦେବି ।"

ABOUT THE AUTHOR

...view details