ଓଡିଶା

odisha

ଫ୍ରେଞ୍ଚ ଓପନ: ସେମିରେ ଭାରତୀୟ ସର୍ଟଲର ସାତ୍ବିକସାଇରାଜ-ଚିରାଗ ସେଟ୍ଟି

By

Published : Oct 26, 2019, 1:35 AM IST

ପୁରୁଷ ଯୁଗ୍ମ ବର୍ଗରେ ଭାରତୀୟ ସର୍ଟଲର ସାତ୍ବିକସାଇରାଜ-ଚିରାଗ ସେଟ୍ଟି ଯୋଡି ଫ୍ରେଞ୍ଚ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: twitter@BAI_Media

ପ୍ୟାରିସ: ଫ୍ରେଞ୍ଚ ଓପନ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ଯୁବ ଭାରତୀୟ ସର୍ଟଲର ସାତ୍ବିକ ସାଇରାଜ-ଚିରାଗ ସେଟ୍ଟି ଯୋଡି । ପୁରୁଷ ଡବଲ୍ସ ବର୍ଗରେ ଡେନମାର୍କ ଖେଳାଳି କିମ ଆଷ୍ଟ୍ରପ-ଆଣ୍ଡରସ ସ୍କାରପ ରସମସନଙ୍କୁ, 21-13 ଓ 22-21 ସେଟରେ ସାତ୍ବିକ ସାଇରାଜ-ଚିରାଗ ଯୋଡି ପରାସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: twitter@BAI_Media

ମ୍ୟାଚ ଆରମ୍ଭରୁ 2 ଭାରତୀୟ ସର୍ଟଲର ଆକ୍ରମଣାତ୍ମକ ଖେଳିଥିଲେ । ଉଭୟ ଡେନମାର୍କ ଖେଳାଳିଙ୍କୁ ମ୍ୟାଚକୁ ଫେରିବା ପାଇଁ ସୁଯୋଗ ଦେଇନଥିଲେ । ପ୍ରଥମ ସେଟରେ ପରାସ୍ତ ହେବା ପରେ ଡେନମାର୍କ ସର୍ଟଲର ଜବରଦସ୍ତ ପ୍ରଦର୍ଶନ କରିଥିଲେ । ତେବେ 22-20 ସେଟରେ ଭାରତୀୟ ଯୋଡି ମ୍ୟାଚ ଜିତିନେଇଥିଲେ । ଫଳରେ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ଅନ୍ୟପଟେ ମହିଳା ଏକକ ବର୍ଗରେ ବିଶ୍ବ ବ୍ୟାଡମିଣ୍ଟନ ମାନ୍ୟତାର ପୂର୍ବତନ ନଂ1 ଖେଳାଳି ସାଇନା ନେହୱାଲ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି ।

ABOUT THE AUTHOR

...view details