ଓଡିଶା

odisha

‘ଆଧୁନିକ ପିଢିର ହୃଦୟକୁ ଛୁଇଁଛି ରାମାୟଣ’

By

Published : May 3, 2020, 12:05 AM IST

ରାମାୟଣ ସମ୍ପର୍କ ଗଢିବା ଶିଖାଇଛି । ସମ୍ପର୍କ ମଜବୁତ କରିବା ଶିଖାଇଛି । ଯେଉଁଥିପାଇଁ ଏହା ପ୍ରତି ସମସ୍ତେ ଆକର୍ଷିତ ହୋଇଛନ୍ତି । ଅଧିକ ପଢନ୍ତୁ...

‘ଆଧୁନିକ ପିଢିର ହୃଦୟକୁ ଛୁଇଁଛି ରାମାୟଣ’
‘ଆଧୁନିକ ପିଢିର ହୃଦୟକୁ ଛୁଇଁଛି ରାମାୟଣ’

ଲକ୍ଷ୍ନୌ: ଲକଡାଉନ ଆରମ୍ଭ ହେବା ବେଳେ ଦୁରଦର୍ଶନରେ ପୁନଃ ପ୍ରସାରିତ ହେଉଥିବା ଟେଲିଭିଜନ ଇତିହାସର ମେଗା ଧାରାବାହିକ ରାମାୟଣ ଶନିବାର ଶେଷ ହୋଇଛି । ରାମାୟଣ ଓ ଏହାର ଦ୍ବିତୀୟ ସଂସ୍କରଣ ‘ଉତ୍ତର ରାମାୟଣ’କୁ ଲୋକେ ବେଶ ଭଲପାଇବା ଦେଇଛନ୍ତି । ରାମାୟଣ ଏପରି ଏକ ଧାରାବାହିକ ଯାହା କେବଳ ପୁରୁଣା ଦର୍ଶକ ନୁହେଁ ଆଧୁନିକ ପିଢିର ହୃଦୟକୁ ମଧ୍ୟ ଛୁଇଁଛି । ପୁରୁଣା ଦର୍ଶକଙ୍କ ସହ ଅନେକ ନୂଆ ଦର୍ଶକ ସାମିଲ ହୋଇଛନ୍ତି । ସେତେବେଳେ ଯେଉଁମାନେ ଛୋଟ ଥିଲେ ସେମାନେ ଏବେ ବି ରାମାୟଣର ପୁରା ମଜା ନେଉଛନ୍ତି ବୋଲି ଅଭିନେତା ଅରୁଣ ଗୋଭିଲ କହିଛନ୍ତି । ପ୍ରକାଶ ଥାଉ କି ଅରୁଣ ରାମାୟଣର ରାମ ଭୂମିକାରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିଲେ ।

‘ଆଧୁନିକ ପିଢିର ହୃଦୟକୁ ଛୁଇଁଛି ରାମାୟଣ’
‘ଆଧୁନିକ ପିଢିର ହୃଦୟକୁ ଛୁଇଁଛି ରାମାୟଣ’

ଲକଡାଉନ ଯୋଗୁଁ ଲୋକେ ଘରେ ଏକପ୍ରକାର ନଜରବନ୍ଦୀ ଥିବାବେଳେ ସରକାର ସମସ୍ତ ପୁରୁଣା କାର୍ଯ୍ୟକ୍ରମର ପୁନଃପ୍ରସାରଣ କରୁଛନ୍ତି । ଏହି ଅବସରରେ ରାମାୟଣ, ମହାଭାରତ ଭଳି ପୌରାଣିକ ଧାରାବାହିକର ଅନେକ ଚାହିଦା ବଢିଛି । ଏସବୁର ଟିଆରପି ମଧ୍ୟ ଅଧିକ ରହିଛି । 1987 ମସିହାରେ ରାମାନନ୍ଦ ସାଗରଙ୍କ ରାମାୟଣ ସେ ସମୟ ଅପେକ୍ଷା ଏବେ ଅଧିକ ଦର୍ଶକ ସାଉଁଟି ପାରିଛି । ପୁରୁଣା ଦର୍ଶକ ସହ ଅନେକ ନୂଆ ପିଢିର ଦର୍ଶକ ବି ଯୋଡିଛନ୍ତି । ଯାହ ଅରୁଣଙ୍କୁ ଉତ୍ସାହିତ କରିଛି ବୋଲି ସେ କହିଛନ୍ତି ।

‘ଆଧୁନିକ ପିଢିର ହୃଦୟକୁ ଛୁଇଁଛି ରାମାୟଣ’

ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି ଯେ ରାମାୟଣ ସମ୍ପର୍କ ଗଢିବା ଶିଖାଇଛି । ସମ୍ପର୍କ ମଜବୁତ କରିବା ଶିଖାଇଛି । ଯେଉଁଥିପାଇଁ ଏହା ପ୍ରତି ସମସ୍ତେ ଆକର୍ଷିତ ହୋଇଛନ୍ତି । ଏହା ସମସ୍ତଙ୍କୁ ଏକ ନୂଆ ଶିକ୍ଷା ଦେଇଛି । ଲୋକଙ୍କର ଏହା ପ୍ରତି ଭଲ ପାଇବା ତାଙ୍କୁ ଆନନ୍ଦିତ କରିଛି ବୋଲି ସେ କହିଛନ୍ତି । ଏତେ ସଫଳତା ସତ୍ତ୍ବେ ରାଜନୀତିରେ ପାଦ ନ ଥାପିବା ବିଷୟରେ ସେ କହିଛନ୍ତି ଯେ ରାଜନୀତି ପ୍ରତି ତାଙ୍କର ଇଚ୍ଛା ନାହିଁ । ଯଦିଚ ଦେଶର 2 ବଡ ଦଳ ପକ୍ଷରୁ ତାଙ୍କୁ ଅନେକ ଥର ଅଫର ଆସିଛି ତଥାପି ସେ ଏଥିରେ ଯୋଗ ଦେବା ବିଷୟରେ କେବେ ଭାବିନାହାନ୍ତି । ଦେଶର ରାଜନୀତିର ଗଡ ଉତ୍ତର ପ୍ରଦେଶରେ ରହି ମଧ୍ୟ ଏଥିପ୍ରତି କେବେ ଆଗ୍ରହ ପ୍ରକାଶ କରିନାହାନ୍ତି । ସମସ୍ତଙ୍କର ନିଜ ନିଜ ଇଚ୍ଛା ରହିଛି । ରାଜନୀତି ମଧ୍ୟ ଆଜିକାଲି ଏକ ପେସାଦାର ହୋଇଗଲାଣି । ହେଲେ ସେ ନିଜ ଅଭିନୟରେ ସନ୍ତୁଷ୍ଟ ଅଛନ୍ତି ବୋଲି ଅରୁଣ କହିଛନ୍ତି ।

ସେହିପରି ରାମାୟଣରେ ସଫଳତା ପରେ ଅଧିକ ଫିଲ୍ମ ନକରିବା ବିଷୟରେ ସେ କହିଛନ୍ତି ଯେ ରାମାୟଣ ଚରିତ୍ରର ଭାବମୂର୍ତ୍ତି ଅତି ବଳିଷ୍ଠ ଥିଲା । ଏଥିରେ ଅଭିନୟ କରିବା ପରେ ଦର୍ଶକ ଅଧିକ ଭଲ ପାଇଥିଲେ । ଏଥିରେ ଅଭିନୟ ପରେ ଅଲଗା ଇମେଜ ବନିଥିଲା । ଦର୍ଶକଙ୍କ ରୁଚିକୁ ସମ୍ମାନ ଦେବା ମଧ୍ୟ ଆବଶ୍ୟକ ଥିଲା । ତେବେ କୌଣସି ପୌରାଣିକ ୱେବ ସିରିଜର କାହାଣୀ ଭଲ ଥିଲେ ନିଶ୍ଚୟ ଆକ୍ଟିଂ କରିବେ ବୋଲି ସେ କହିଛନ୍ତି । ସୋସିଆଲ ମିଡିଆରେ ରାମାୟଣ ଡାଏଲଗ ଭାଇରାଲ ହେବା ବିଷୟରେ ସେ କହିଛନ୍ତି ଯେ ଏହା ଖବର ପ୍ରସାରଣର ଶକ୍ତ ମାଧ୍ୟମ । ଟ୍ବିଟ ରିଟ୍ବିଟ ବି ସବୁବେଳେ ହେଉଥାଏ । ଡାଏଲଗ ବି ସେଥିପାଇଁ ଭାଇରାଲ ହେଉଛି । ରାମାୟଣର ପ୍ରସାରଣ ସମୟରେ ହିଁ ସେ ଟ୍ବିଟରରେ ଆକ୍ଟିଭ ହୋଇଥିବା କହିଛନ୍ତି । 20 ଦିନରେ ତାଙ୍କର 180 ଲକ୍ଷ ଫଲୋଅର୍ସ ହୋଇଥିଲେ । ସେହିପରି ଫେସବୁକରେ 10 ଲକ୍ଷ ଫଲୋଅର୍ସ ଅଛନ୍ତି । ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ବି ଲକ୍ଷେ ଲେଖାଏଁ ଫଲୋୟର୍ସ ଥିବା ସେ କହିଛନ୍ତି ।

ତେବେ କୌଣସି ସରକାର ସମ୍ମାନ ନଦେବା ମନ୍ତବ୍ୟ ଉପରେ ସେ କହିଛନ୍ତି ଯେ ପୁରସ୍କାର ପ୍ରତି ମୋର କୌଣସି ଲୋଭ ନାହିଁ । ଜଣେ ଫିଲ୍ମଫେୟାର ମୁଖ୍ୟ କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ମନ୍ତବ୍ୟ ଦେଇଥିଲି । ପରେ ଏହା ଉପରେ ସ୍ପଷ୍ଟୀକରଣ ମଧ୍ୟ ଦେଇଛି । ଯଦିଚ ରାଜକୀୟ ସମ୍ମାନର ଏକ ଅସ୍ତିତ୍ବ ରହିଥାଏ ତଥାପି ଦର୍ଶକଙ୍କ ସମ୍ମାନ ଓ ଭଲ ପାଇବା ସବୁଠୁ ବଡ ପୁରସ୍କାର ବୋଲି ସେ କହିଛନ୍ତି । କୌଣସି ସରକାର ସମ୍ମାନ କଲେ ନିଶ୍ଚୟ ଗ୍ରହଣ କରିବି । ପୁରସ୍କାର ମିଳିବା କିମ୍ବା ନମିଳିବାକୁ ନେଇ କୌଣସି ସମସ୍ୟା ନାହିଁ । ମିଳିଲେ ଭଲ ନମିଳିଲେ ଆହୁରି ଭଲ । ହେଲେ ନିହାତି ପୁରସ୍କାର ପାଇବା ଦରକାର ଏଥିପ୍ରତି କୌଣସି ଲୋଭ ନାହିଁ ।

ଲକଡାଉନରେ ପରିବାର ସହ ସମୟ ବିତାଇବା ସହ ସୋସିଆଲ ମିଡିଆରେ ଆକ୍ଟିଭ ଅଛନ୍ତି ବୋଲି କହିଛନ୍ତି । ପରିବାର ସହ ଏକାଠି ରାମାୟଣ ଦେଖୁଛନ୍ତି । ୟୁଟ୍ୟୁବରେ ଭିଡିଓ ଅପଲୋଡ କରୁଛନ୍ତି । ସାକ୍ଷାତକାର ଦେଉଛନ୍ତି । ଘରେ ରହି ଲୋକେ ନିଜ ରୁଚିକୁ ଗୁରୁତ୍ବ ଦେଉଥିବା ସେ କହିଛନ୍ତି । ଯିଏ ଲେଖାକୁ ଭଲ ପାଏ ତ ଏହି ସମୟରେ କବି ବନିଯାଇଛି ବୋଲି ଅରୁଣ ଗୋଭିଲ କହିଛନ୍ତି । ଆଧୁନିକ ଯୁବ କଳାକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ ଜୀବନରେ ପରିଚାଳନା ଓ ବ୍ୟବସ୍ଥାକୁ ଗୁରୁତ୍ବ ଦେବା ଆବଶ୍ୟକ । ରାମାୟଣ ସମ୍ପର୍କ ଯୋଡିବା ଶିଖାଏ । ସମ୍ପର୍କର ଗୁରୁତ୍ବ ବୁଝାଏ । ଏସବୁ ଶିଖିବା ଆମ ପାଇଁ ବହୁତ ଆବଶ୍ୟକ । ନୂଆ ପିଢି ଏହି ଧାରାବାହିକରୁ ଅନେକ କିଛି ଶିଖିବେ ବୋଲି ଗୋଭିଲ କହିଛନ୍ତି ।

ABOUT THE AUTHOR

...view details