ଓଡିଶା

odisha

Oscars ଦୌଡରେ ଭାରତର ଡକ୍ୟୁମେଣ୍ଟାରୀ ଫିଲ୍ମ Writing With Fire

By

Published : Feb 9, 2022, 9:57 AM IST

ଓସ୍କାର ଦୌଡରେ ଭାରତର ଡକ୍ୟୁମେଣ୍ଟାରୀ ଫିଲ୍ମ ରାଇଟିଂ ୱିଥ୍ ଫାୟାର (Writing With Fire documentary) । ଅଧିକ ପଢନ୍ତୁ

ଓସ୍କାର ଦୌଡରେ ଭାରତର ଡକ୍ୟୁମେଣ୍ଟାରୀ ଫିଲ୍ମ 'ରାଇଟିଂ ୱିଥ୍ ଫାୟାର'
ଓସ୍କାର ଦୌଡରେ ଭାରତର ଡକ୍ୟୁମେଣ୍ଟାରୀ ଫିଲ୍ମ 'ରାଇଟିଂ ୱିଥ୍ ଫାୟାର'

ନୂଆଦିଲ୍ଲୀ: ଓସ୍କାର ଦୌଡରେ ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ । ୨୦୨୨ ଓସ୍କାର ପାଇଁ ଭାରତର ପ୍ରାମାଣିକ ଫିଲ୍ମ(documentary film) 'ରାଇଟିଂ ୱିଥ୍ ଫାୟାର' ଚୂଡାନ୍ତ ନାମାଙ୍କନ ତାଲିକାରେ ସାମିଲ ହୋଇଛି । ଓସ୍କାର ଦୌଡରେ ଥିବା ଏହି ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶନା ଦେଇଛନ୍ତି ଦିଲ୍ଲୀର ଫିଲ୍ମ ଡାଇରେକ୍ଟର ରିଣ୍ଟୁ ଥୋମାସ୍ ଏବଂ ସୁସ୍ମିତା ଘୋଷ । ମଙ୍ଗଳବାର ଚଳିତ ବର୍ଷ ଓସ୍କାର ପୁରସ୍କାର ପାଇଁ ନୋମିନେସନ ଘୋଷଣା କରାଯାଇଛି ।

ରାଇଟିଂ ୱିଥ୍ ଫାୟାର ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ପିଚର ଶ୍ରେଣୀରେ ସାମିଲ ହୋଇଛି । ଏହି ଡକ୍ୟୁମେଣ୍ଟାରୀଟି ମହିଳା ସାମ୍ବାଦିକାମାନଙ୍କ ବାସ୍ତବ ଜୀବନ ଉପରେ ଆଧାରିତ କାହାଣୀକୁ ନେଇ ତିଆରି ହୋଇଛି । ଏହି କାହାଣୀଟି ଜଣେ ଦଳିତ ମହିଳାଙ୍କ ଦ୍ବାରା ଚାଲୁଥିବା ଭାରତର ପ୍ରଥମ ଖବରକାଗଜ 'ଖବର ଲହରିଆ' ଉପରେ ପର୍ଯ୍ୟବେସିତ । 'ରାଇଟିଂ ୱିଥ୍ ଫାୟାର' ପୂର୍ବରୁ ୨୮ଟି ଅନ୍ତର୍ଜାତୀୟ ପୁରସ୍କାର ଲାଭ କରିସାରିଛି ।

ପ୍ରକାଶଥାଉକି, ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ଓସ୍କାର ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବ । ଏହି ଓସ୍କାର ପୁରସ୍କାର ଦୌଡରେ ସବୁଠି ଆଗରେ ରହିଛି ଦ ପାୱାର ଅଫ୍ ଦ ଡଗ୍ ।

@ANI

ABOUT THE AUTHOR

...view details