ମୁମ୍ବାଇ: ଦେଶରେ ଟୀକାକରଣ ଚାଲିଥିବା ବେଳେ ତାମିଲ ସୁପରଷ୍ଟାର ସୁରିଆ କୋରୋନା ସଂକ୍ରମିତ ହୋଇଛନ୍ତି । ଯାହାର ସୂଚନା ସେ ରବିବାର ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଥିଲେ । ଏହାସହ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି କୋରୋନା ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ।
45 ବର୍ଷିୟ ସୁରିଆ ଟ୍ବିଟ କରି ଲେଖିଥିଲେ, ‘ମୁଁ କୋରୋନାରେ ଆକ୍ରାନ୍ତ ହୋଇଛି ପଜିଟିଭ । ହେଲେ ସୁସ୍ଥ ଅଛି । ମୋତେ କୋରୋନା ହେବା ପରେ ଜାଣିପାରୁଛି ଯେ ଜୀବନ ଏପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାକୁ ଫେରି ନାହିଁ । ଭୟ ହେତୁ ଆମେ ଘରେ ରହିପାରିବା ନାହିଁ କିନ୍ତୁ ବାହାରକୁ ଯିବା ପାଇଁ ଆମକୁ ସତର୍କ ଅବଲମ୍ବନ କରିବାକୁ ପଡିବ । ସହାୟକ ଚିକିତ୍ସକମାନଙ୍କୁ ମୋର ପ୍ରେମ ଏବଂ ଧନ୍ୟବାଦ ।’
ପ୍ରକାଶ ଥାଉକି ଶେଷଥର ଫିଲ୍ମ ‘ସୁରାରାଇ ପୋଟରୁ’ରେ ନଜର ଆସିଥିଲେ ସୁରିଆ । ଯାହାର କାହାଣୀ ଏୟାର ଡେକାନର ପ୍ରତିଷ୍ଠାତା କ୍ୟାପ୍ଟ ଜି ଆର ଗୋପୀନାଥଙ୍କ ଜୀବନ ଉପରେ ଆଧାରିତ । ଖାଲି ଏତିକି ନୁହେଁ ଏହି ଫିଲ୍ମ ଓସ୍କାର 2021 ଦୌଡ଼ରେ ମଧ୍ୟ ସାମିଲ ହୋଇଛି।