ଓଡିଶା

odisha

ଦମଦାର ଟ୍ରେଲର ନେଇ ଫେରିଲେ ଆକ୍ସନ ହିରୋ ବିଦ୍ୟୁତ

By

Published : Oct 24, 2019, 3:06 PM IST

ନଭେମ୍ବର 29ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ବିଦ୍ୟୁତ ଜମୱାଲଙ୍କ ଆଗାମୀ ଆକ୍ସନ ଫିଲ୍ମ ‘କମାଣ୍ଡୋ 2’ । ଏହାପୂର୍ବରୁ ରିଲିଜ ହୋଇଯାଇଛି ଫିଲ୍ମର ଆକ୍ସନଭରା ଟ୍ରେଲର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟୁତ ଜମୱାଲ

ମୁମ୍ବାଇ: ବଲିଉଡରେ ଭିଲେନ ଭୂମିକାରୁ କ୍ୟାରିୟର ଆରମ୍ଭ କରିଥିବା ଆକ୍ସନ ଷ୍ଟାର ବିଦ୍ୟୁତ ଜମୱାଲ ସ୍କ୍ରିନରେ ନଜର ଆସିବା ମାତ୍ରେ ତାଙ୍କ ଫ୍ୟାନ୍ସ କ୍ରେଜି ହେଉ ଉଠନ୍ତି । ଏବେ ପୁଣି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ‘କମାଣ୍ଡୋ 3’ ମେକର୍ସ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ କରିଦେଇଛନ୍ତି । କିଛି ସମୟ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲର ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।

ଟ୍ରେଲର ଦେଖି ଅନ୍ଦାଜ ଲଗାଯାଇପାରିବ କି ପୁଣିଥରେ ବିଦ୍ୟୁତ ନିଜ ଫ୍ୟାନ୍ସଙ୍କ ପାଇଁ ଆକ୍ସନଭରା ଫିଲ୍ମ ନେଇ ଫେରିଛନ୍ତି । 2017ରେ ଫିଲ୍ମ ‘କମାଣ୍ଡୋ 2’ର ସଫଳତା ପରେ ଏବେ ବିଦ୍ୟୁଦ ଦର୍ଶକଙ୍କୁ ଦମଦାର ଆକ୍ସନ ଦେଖାଇବେ ।

ପ୍ରକାଶ ଥାଉକି ‘କମାଣ୍ଡୋ 2’ ଫିଲ୍ମରେ କଳାଧନକୁ ନେଇ ଫାଇଟ ଦେଖିବାକୁ ମିଳୁଥିବା ବେଳେ ଏହାର ତୃତୀୟ ଫିଲ୍ମରେ ବିଦ୍ୟୁତ ଦେଶ ସୁରକ୍ଷା ପାଇଁ ନିଜ ଜୀବନ ବାଜିରେ ଲଗାଉଥିବାର ନଜର ଆସିବେ । ଆଦିତ୍ୟ ଦତ୍ତଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଦ୍ୟୁତଙ୍କ ସହ ରୋମାନ୍ସ କରୁଛନ୍ତି ଅଦା ଶର୍ମା । ଏହି ଦୁଇଜଣଙ୍କ ବ୍ୟତୀତ ଫିଲ୍ମରେ ଅଙ୍ଗୀର ଧର, ଗୁଲଶନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଆସନ୍ତ ମାସ 29ରେ ରିଲିଜ ହେବ ଏହି ଫିଲ୍ମ ।

ABOUT THE AUTHOR

...view details