ଓଡିଶା

odisha

20 ହଜାର ପିପିଇ କିଟ୍ ଦାନ କଲେ ଏହି ଷ୍ଟାର୍ସ

By

Published : Jul 2, 2020, 5:35 PM IST

ବର୍ତ୍ତମାନ ଚର୍ଚ୍ଚାରେ ଫେମସ ସେଲିବ୍ରିଟି ବିଦ୍ୟା, ସୋନାକ୍ଷୀ ଓ ଅଲ୍ଲି । ପୁଣି କୋରୋନା ଯୋଦ୍ଧାଙ୍କୁ ସହଯୋଗର ହାତ ବଢାଇଲେ ଏହି ଷ୍ଟାର୍ସ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଯେବେଠୁ କୋରୋନା ଭାଇରସର ତାଣ୍ଡବ ଦେଶରେ ଦେଖିବାକୁ ମିଳୁଛି, ସେହି ସମୟରୁ ଅନେକ ସେଲିବ୍ରିଟି ଏଯାବତ ନିଜ ନିଜ ଦକ୍ଷତା ହିସାବରେ ଦେଶବାସୀଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି । ଫେମସ ଅଭିନେତା ସୋନୁ ସୁଧ କ୍ରମାଗତ ପ୍ରବାସୀଙ୍କୁ ନିଜ ନିଜ ସହରରେ ପହଞ୍ଚାଉ ଥିବା ବେଳେ । ଅକ୍ଷୟ କୁମାର ଏଯାବତ କୋରୋନା ବିରୋଧ ଲଢେଇ ପାଇଁ 35 କୋଟି ଦାନ କରିସାରିଲେଣି । ଅନ୍ୟପଟେ ସଲମାନ ଖାନଙ୍କ ସହ ଅନେକ କଳାକାର ଲକଡାଉନରେ ପ୍ରଭାବିତ ହୋଇଥିବା ପରିବାରକୁ ରାସନ ଯୋଗାଇବାରେ ଲାଗିଛନ୍ତି ।

ଆଉ ଇତିମଧ୍ୟରେ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ, ଦିୟା ମିର୍ଜା, ଅଲ୍ଲୀ ଫଜଲ, ସୋନାକ୍ଷୀ ସିହ୍ନା ଓ ବୀର ଦାସ ଭଳି ଅନେକ ସେଲିବ୍ରିଟି ଏହି କ୍ରମରେ ସାମିଲ ହୋଇଛନ୍ତି । ଏହି ସବୁ ଷ୍ଟାର୍ସ ଏକାଠି ମିଶି 50 ହସ୍ପିଟାଲକୁ 20 ହଜାରରୁ ଅଧିକ ପିପିଇ କିଟ ଡୋନେଟ କରିଛନ୍ତି । ଏହି ଷ୍ଟାର୍ସ ସାବ୍ୟସ୍ତ କରିଛନ୍ତି ଯେ ଦେଶର ଆବଶ୍ୟକ ସମୟରେ ସବୁବେଳେ ସହଯୋଗ କରିବେ ।

ସେହିପରି ସୋସିଆଲ ମିଡିଆରେ ଏହି ଷ୍ଟାର୍ସଙ୍କୁ ନେଇ ଏକ ଭିଡିଓ ମଧ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି । ଯେଉଥିରେ ବିଦ୍ୟା, ସୋନାକ୍ଷୀ, ଅଲ୍ଲୀ, କ୍ରିକେଟର ହରଭଜନ ସିଂ ଫ୍ରଣ୍ଟଲାଇନ ୱାରିୟର୍ସଙ୍କୁ ଧନ୍ୟବାଦ କହୁଥିବାର ଦେଖାଯାଉଛନ୍ତି ।

ପ୍ରକାଶ ଥାଉକି କେଇଏମ ହସ୍ପିଟାଲ, କାମା ହସ୍ପିଟାଲ ବ୍ୟତୀତ ଦିଲ୍ଲୀ, ଲକ୍ଷ୍ନୌ, ପଞ୍ଜାବ ଓ ହରିୟାଣର ସରକାରୀ ହସ୍ପିଟାଲକୁ ଏହି ପିପିଇ କିଟ ଦିଆଯାଇଛି ।

ABOUT THE AUTHOR

...view details