ଓଡିଶା

odisha

ଡେବ୍ୟୁ ସିରିଜ ରୁଦ୍ର ପାଇଁ ଅଜୟଙ୍କ ମୋଟା ଅଙ୍କ ଚାର୍ଜ, ଜାଣନ୍ତୁ କେତେ...

By

Published : Jun 19, 2021, 2:18 PM IST

ଅଜୟଙ୍କ ଡେବ୍ୟୁ ସିରିଜକୁ ନେଇ ଚର୍ଚ୍ଚା । ପ୍ରଥମଥର ଡିଜିଟାଲ ଦୁନିଆରେ ନଜର ଆସିବେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

ମୁମ୍ବାଇ:ଖୁବଶୀଘ୍ର ଡିଜିଟାଲ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି ବି-ଟାଉନର ସିଂଘମ ଅଜୟ ଦେବଗନ । ତାଙ୍କ ଡେବ୍ୟୁ ସିରିଜ ‘ରୁଦ୍ର: ଦ ଏଜ ଅଫ ଡାର୍କନେସ’କୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ଆସନ୍ତା ଜୁଲାଇ ମାସରେ ଏହାର ସୁଟିଂ ଆରମ୍ଭ କରିବେ ଅଭିନେତା । ଇତିମଧ୍ୟରେ ସିରିଜକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ଚର୍ଚ୍ଚାରେ ଅଜୟଙ୍କ ଫିସ୍ ।

ଶୁଣିବାକୁ ମିଳୁଛି ଯେ ଏହି ସିରିଜରେ ଅଜୟଙ୍କୁ କାମ କରାଇବା ପାଇଁ ମେକର୍ସ ତାଙ୍କୁ ମୋଟା ଅଙ୍କ ଦେଇଛନ୍ତି । 125 କୋଟି ଟଙ୍କା ଫିସ୍ ନେଇଛନ୍ତି ଅଜୟ । ଏହି କାରଣରୁ ଅଜୟ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମରେ ଅଧିକ ଫିସ୍ ନେଇଥିବା ପ୍ରଥମ ଅଭିନେତା ସାଜିଛନ୍ତି ।

କୁହାଯାଉଛି ଯେ ଅଜୟ ଦେବଗନଙ୍କ ଫିସ ଷ୍ଟାର ନେଟୱାର୍କର ପ୍ରମୋସନାଲ କାର୍ଯ୍ୟକଳାପ, ପ୍ରୋମୋ ସୁଟ୍, ସୋସିଆଲ୍ ମିଡିଆ ପୋଷ୍ଟ, ରିୟାଲିଟି ଶୋରେ ଦେଖାଯିବା ଭଳି ପ୍ରମୋସନାଲ୍ କାର୍ଯ୍ୟକଳାପ ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଏହି ସିରିଜରେ ଅଜୟଙ୍କ ସହ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରାଶି ଖନ୍ନାଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିବ ।

ଏହି ସିରିଜ ହେଉଛି ବ୍ରିଟିଶ୍ ମାନସିକ ଅପରାଧ ଡ୍ରାମା 'ଲୁଥର୍'ର ଏକ ଅଫିସିଆଲ୍ ରିମେକ୍, ଯେଉଁଥିରେ ଇଡ୍ରିସ୍ ଏଲବା, ରୁଥ ୱିଲସନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ABOUT THE AUTHOR

...view details