ଓଡିଶା

odisha

ଷ୍ଟେଜ-3 ଫୁସଫୁସ୍ କ୍ୟାନ୍ସରରେ ପୀଡିତ ସଞ୍ଜୁ ବାବା, ଚିକିତ୍ସା ପାଇଁ ଯିବେ ଆମେରିକା

By

Published : Aug 12, 2020, 7:31 AM IST

Updated : Aug 12, 2020, 7:47 AM IST

ସଞ୍ଜୟ ଦତ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର। ଦତ୍ତଙ୍କୁ ଫୁସଫୁସ କର୍କଟ ବା ଲଙ୍ଗ୍ସ କ୍ୟାନ୍ସର ହୋଇଥିବା ସୂଚନା ମିଳିଛି। ଏହି ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି ସଞ୍ଜୁ ବାବା। ଏହି ଗମ୍ଭୀର ରୋଗର ଚିକିତ୍ସା ପାଇଁ ସଞ୍ଜୟ ଦତ୍ତ ଶୀଘ୍ର ଆମେରିକା ଯିବେ ବୋଲି ଖବର ମିଳିଛି।

ଫୁସଫୁସ କ୍ୟାନସରର ଥାର୍ଡ ଷ୍ଟେଜରେ ସଞ୍ଜୁ ବାବା, ଚିକିତ୍ସା ପାଇଁ ଆମେରିକା ଯିବେ
ଫୁସଫୁସ କ୍ୟାନସରର ଥାର୍ଡ ଷ୍ଟେଜରେ ସଞ୍ଜୁ ବାବା, ଚିକିତ୍ସା ପାଇଁ ଆମେରିକା ଯିବେ

ମୁମ୍ବାଇ: କ୍ୟାନସର କବଳରେ କଳାକାର। ହଲିଉଡ୍ ରୁ ବଲିଉଡ୍ ଓ ଟଲିଉଡରୁ ଜଲିଉଡ୍ ସବୁଠୁ କାୟା ମେଲାଇଛି ଏହି ରୋଗ। ଯାହାଫଳରେ ଗତ କିଛିଦିନ ଭିତରେ ଦେଶରେ ବହୁ ସୁଦକ୍ଷ କଳାକାରଙ୍କୁ ହରାଇ ସାରିଲାଣି। ତେବେ ବଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଏହି ମାରାତ୍ମକ ରୋଗ ସତେ ଯେପରି କାଳ ହୋଇ ଉଭା ହୋଇଛି। ଗୋଟିଏ ପରେ ଗୋଟିଏ କଳାକାର କ୍ୟାନସର ଯୁଦ୍ଧରେ ସଂଗ୍ରାମ କରି ହାରିବାରେ ଲାଗିଛନ୍ତି।

ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଅସୁସ୍ଥ ଥିବା ସମସ୍ତେ ଖବର ପାଇଥିଲେ। ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ବେଳେ ଗତକାଲି ମେଡିକାଲରୁ ଡିସଚାର୍ଜ ହୋଇଥିଲେ। ହେଲେ ଏହି ଖବର ତାଙ୍କ ପ୍ରଶଂସକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଥିବା ବେଳେ କିଛି ସମୟ ପରେ ଏକ ଖରାପ ଖବର ଶୁଣିବାକୁ ମିଳିଥିଲା।

ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସଫୁସ କର୍କଟ ବା ଲଙ୍ଗ୍ସ କ୍ୟାନ୍ସର ହୋଇଥିବା ସୂଚନା ମିଳିଛି। ଏହି ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି ସଞ୍ଜୁ ବାବା। ଏହି ଗମ୍ଭୀର ରୋଗର ଚିକିତ୍ସା ପାଇଁ ସଞ୍ଜୟ ଦତ୍ତ ଶୀଘ୍ର ଆମେରିକା ଯିବେ ବୋଲି ଖବର ମିଳିଛି।

ସ୍ବାସ୍ଥ୍ୟବସ୍ଥାକୁ ନେଇ ସଞ୍ଜୟ ଦତ୍ତ ନିଜେ ଟ୍ବିଟ କରି ଜଣାଇଥିଲେ। ଏହି ଟ୍ବିଟ ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଗଣମାଧ୍ୟମରେ ଖବରଟି ପବନ ବେଗରେ ପ୍ରସାରିତ ହୋଇଯାଇଥିଲା। ତେବେ ବାବାଙ୍କ ଫ୍ୟାନ୍ସ ସମସ୍ତେ ତାଙ୍କ ଆରୋଗ୍ୟକାମନା କରିବା ସହ ସାହସ ଦେଇଥିଲେ।

ଫିଲ୍ମ ସମୀକ୍ଷକ କୋମଲ ନହାଟା ସଞ୍ଜୟ ଦତ୍ତଙ୍କୁ ନେଇ ଟ୍ଵିଟ୍ କରିଛନ୍ତି ଏବଂ ସେଥିରେ ସଞ୍ଜୟ ଦତ୍ତଙ୍କୁ ଫୁସଫୁସ୍ କ୍ୟାନସର ହୋଇଥିବା ସୂଚନା ଦେଇଛନ୍ତି। ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଡାକ୍ତରୀ ଚିକିତ୍ସା ପାଇଁ ଛୋଟ ବ୍ରେକ୍ ନେଇଛନ୍ତି। ସେ ନିଜର ପ୍ରଶଂସକଙ୍କୁ ଚିନ୍ତା ନକରିବାକୁ ଅନୁରୋଧ କରିଛନ୍ତି।

Last Updated : Aug 12, 2020, 7:47 AM IST

ABOUT THE AUTHOR

...view details