ହାଇଦ୍ରାବାଦ: ପାୱାର ହାଉସ ଅଭିନେତା ରାଜକୁମାର ରାଓ ଓ ଅଭିନେତ୍ରୀ ଭୂମି ପେଡନେକରଙ୍କୁ ଏଥର ପରଦାରେ ଏକାଠି ଦେଖିବେ ଦର୍ଶକ । ଏହି ଯୋଡ଼ି ଆଗକୁ ଦର୍ଶକଙ୍କ ମନପସନ୍ଦ ଯୋଡ଼ି ହେବାକୁ ଯାଉଛନ୍ତି । କାରଣ 'ବଧାଇ ଦୋ' ଫିଲ୍ମର ଟ୍ରେଲର ଆଜି(ମଙ୍ଗଳବାର) ରିଲିଜ ହୋଇଥିବାବେଳେ ଏଥିରେ ଦୁହିଁଙ୍କ ଯୋଡିଙ୍କୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ ।
ଫିଲ୍ମର ଟ୍ରେଲରେ ଉଭୟଙ୍କ କେମେଷ୍ଟ୍ରି ଜବରଦସ୍ତ ରହିଛି । କିଛି ଦିନ ପୂର୍ବରୁ ଫିଲ୍ମର ନିର୍ମାତା ରାଜକୁମାର ଓ ଭୂମିଙ୍କ ଫିଲ୍ମର ପ୍ରଥମ ଲୁକ୍କୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ପରେ ଏହାର ଟ୍ରେଲର ରିଲିଜ ହୋଇଛି । 'ବଧାଇ ଦୋ'ରେ ମଧ୍ୟ 'ବଧାଇ ହୋ' ଫିଲ୍ମ ଭଳି ଦର୍ଶକଙ୍କୁ ମନୋରଞ୍ଜନ ମିଳିବ । ଏଥିରେ ଏକ ଅସାଧାରଣ ରିଲେସନସିପକୁ ଦର୍ଶାଯାଇଛି । ଟ୍ରେଲରରେ ରାଜକୁମାର ଓ ଭୂମିଙ୍କ ମଧ୍ୟରେ ଏକ ବୈବାହିକ ଜୀବନ ମଧ୍ୟରେ ଅନେକ ରାଜ୍ ଖୋଲୁଥିବା ଦେଖିବାକୁ ମିଳିଛି ।