ଓଡିଶା

odisha

ନସିରୁଦ୍ଦିନଙ୍କୁ ନିମୋନିଆ, ହସ୍ପିଟାଲରେ ଭର୍ତ୍ତି

By

Published : Jun 30, 2021, 4:21 PM IST

ଗତ 2 ଦିନରୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହ । ନିମୋନିଆରେ ପୀଡିତ ଅଛନ୍ତି ନସିରୁଦ୍ଦିନ । ଅଧିକ ପଢନ୍ତୁ...

ନାସିରୁଦ୍ଦିନଙ୍କୁ ନିମୋନିଆ, ହସ୍ପିଟାଲରେ ଭର୍ତ୍ତି
ନାସିରୁଦ୍ଦିନଙ୍କୁ ନିମୋନିଆ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହ ଅସୁସ୍ଥ । ନିମୋନିଆରେ ପୀଡିତ ଅଛନ୍ତି ନସିରୁଦ୍ଦିନ । ସେ ଗତ 2 ଦିନରୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ସ୍ତ୍ରୀ ରତ୍ନା ପାଠକ ହସ୍ପିଟାଲରେ ନସିରୁଦ୍ଦିନଙ୍କ ପାଖରେ ଉପସ୍ଥିତ ଅଛନ୍ତି । ସୂଚନା ଅନୁଯାୟୀ, ନସିରୁଦ୍ଦିନଙ୍କ ଫୁସଫୁସରେ ସଂକ୍ରମଣ ହୋଇଛି । ତାଙ୍କୁ କୋଭିଡ ତଥା ଅନ୍ୟ କୌଣସି ରୋଗ ନଥିବା ସ୍ପଷ୍ଟ ହୋଇଛି । ଚିକିତ୍ସା ଜାରି ରହିଥିବାବେଳେ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଧିରେଧିରେ ସୁଧାର ପରିଲକ୍ଷିତ ହେଉଛି ।

3 ଥର ରାଷ୍ଟ୍ରୀୟ ପୁରସ୍କାର ବିଜେତା 70 ବର୍ଷୀୟ ନସିରୁଦ୍ଦିନ ଶାହଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠି ଦିଲୀପ କୁମାରଙ୍କୁ ମଙ୍ଗଳବାର ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କାରଣରୁ ପୁଣି ଥରେ ଭର୍ତ୍ତି କରିବାକୁ ପଡିଛି ।

ABOUT THE AUTHOR

...view details