ଓଡିଶା

odisha

2020 ଗୁଗଲ ସର୍ଚ୍ଚ ଟପ୍‌ରେ ‘ଦିଲ ବେଚାରା’

By

Published : Dec 12, 2020, 2:09 PM IST

ଏବର୍ଷ ସବୁଠୁ ଅଧିକ ଗୁଗଲ ସର୍ଚ୍ଚର ଟପ୍ 10ରେ ଫିଲ୍ମରେ ପ୍ରଥମରେ ଅଛି ‘ଦିଲ ବେଚାରା’ । ଭାରତରେ ସବୁଠୁ ଅଧିକ ସୁଶାନ୍ତ ଏହି ଶେଷ ଫିଲ୍ମକୁ ସର୍ଚ୍ଚ କରାଯାଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ 6 ମାସ ପୁରି ଗଲାଣି । ହେଲେ ଏଯାବତ ତାଙ୍କୁ ମନେ ପକାଉଛନ୍ତି ସମସ୍ତେ । ତାଙ୍କ ସହ ସମ୍ପୃକ୍ତ ଥିବା କିଛି ନା କିଛି ପୋଷ୍ଟ କରି ଭାବୁକ ହୋଇପଡୁଛନ୍ତି ଫ୍ୟାନ୍ସ । ସେ ଆଉ ଏ ଦୁନିଆରେ ନାହାଁନ୍ତି ହେଲେ କାହାରି ମନରୁ ତାଙ୍କ ପାଇଁ ସ୍ନେହ ଓ ପ୍ରେମ କମିନାହିଁ । ଏହି ଭଲ ପାଇବା ପାଇଁ 2020ରେ ସବୁଠୁ ଅଧିକ ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’କୁ ଗୁଗଲରେ ସର୍ଚ୍ଚ କରିଥିଲେ ଫ୍ୟାନ୍ସ । ଯାହାର ସୂଚନା ଏବେ ସାମ୍ନାକୁ ଆସିଛି ।

ଆଜ୍ଞା ହଁ, ଟପ୍ 10 ଫିଲ୍ମ ମଧ୍ୟରେ ସାମିଲ ଅଛି ‘ଦିଲ ବେଚାରା’ । ସେହିପରି ଅଜୟ ଦେବଗନ, ଅକ୍ଷୟ କୁମାର, ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ମଧ୍ୟ ଏହି ଲିଷ୍ଟରେ ସ୍ଥାନ ପାଇଛି । ତେବେ ଆସନ୍ତୁ ନଜର ପକାଇବା ଟପ୍ 10 ଫିଲ୍ମ ଉପରେ...

ପ୍ରଥମ ସ୍ଥାନରେ ଅଛି ‘ଦିଲ ବେଚାରା’ । ଯେଉଁଥିରେ ସୁଶାନ୍ତଙ୍କ ସହ ଅଭିନୟ କରିଥିଲେ ସଞ୍ଜନା ସାଙ୍ଘୀ । ସୁଶାନ୍ତଙ୍କ ଏହା ଶେଷ ଫଲ୍ମ ଥିବା ବେଳେ ସଞ୍ଜନାଙ୍କ ଏହା ଡେବ୍ୟୁ ଫିଲ୍ମ ଥିଲା । ଆଉ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ସୁଶାନ୍ତଙ୍କ ବନ୍ଧୁ ତଥା ନିର୍ଦ୍ଦେଶକ ମୁକେଶ ଛାବଡା । ସେ ମଧ୍ୟ ‘ଦିଲ ବେଚାରା’ରୁ ନିର୍ଦ୍ଦେଶନାରେ ପଦାର୍ପଣ କରିଥିଲେ । ଓଟିଟି ପ୍ଲାଟଫର୍ମ ଡିଜନି ହଟଷ୍ଟାରରେ ଜୁଲାଇ 24 ତାରିଖରେ ରିଲିଜ ହୋଇଥିଲା ଫିଲ୍ମ । ଯାହାକୁ 200 ମିଲିୟନରୁ ଅଧିକ ଦର୍ଶକ ଦେଖିଥିଲେ ।

ସେହିପରି ଅଜୟଙ୍କ ଅଭିନୀତ ଫିଲ୍ମ ‘ତାନାଜୀ’, ବିଦ୍ୟା ବାଲନଙ୍କ ‘ଶକୁନ୍ତଳା ଦେବୀ’, ଜାହ୍ନବୀ କପୁରଙ୍କ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାରଗିଲ ଗାର୍ଲ’, ଅକ୍ଷୟଙ୍କ ‘ଲକ୍ଷ୍ମୀ’, ତାମିଲ ହିରୋ ସୁରିଆଙ୍କ ଫିଲ୍ମ ‘ସୁରାରିଆ ପୋଥ୍ରୁ’, ‘ସଡକ 2’, ‘ବାଗି 3’, ‘ଏକ୍ସାଟ୍ରାକ୍ସନ’ ଆଉ ଅମିତାଭ ଓ ଆୟୁଷ୍ମାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଗୁଲାବୋ-ସିତାବୋ’କୁ ମଧ୍ୟ ଏବର୍ଷ ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି ।

ABOUT THE AUTHOR

...view details