ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ଡିଲିଂ କେସରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ବାରା ମଙ୍ଗଳବାର ଗିରଫ ହୋଇଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ । ମଙ୍ଗଳବାର ସନ୍ଧ୍ୟା 7.30ରେ ଭିଡିଓ କନଫ୍ରେନ୍ସିଂ ଦ୍ବାରା କୋର୍ଟରେ ହାଜର ହେବେ ସେ । ଆଉ ଏବେ ତାଙ୍କର ଡାକ୍ତରୀ ପରୀକ୍ଷା ସହ କୋରୋନା ଟେଷ୍ଟ କରାଯିବା ଖବର ସାମ୍ନାକୁ ଆସୁଛି ।
ମୁମ୍ବାଇର ସିଓନ୍ ହସ୍ପିଟାଲରେ ରିଆଙ୍କ ଡାକ୍ତରୀ ପରୀକ୍ଷା ସହ କୋରୋନା ଟେଷ୍ଟ କରାଯାଇଛି । ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି ବୋଲି ସୂଚନାରେ କୁହାଯାଇଛି ।