ମୁମ୍ବାଇ: ନିର୍ଦ୍ଦେଶକ ଅମର କୌଶିକଙ୍କ ଆଗାମୀ ଫିଲ୍ମ ‘ବେହଡିୟା’ରେ ନଜର ଆସିବେ ‘ଦିଲୱାଲେ’ ଯୋଡି ବରୁଣ ଧୱନ ଓ କ୍ରିତି ସାନନ । ସେପଟେ ଫିଲ୍ମକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ସେହିପରି ନିକଟରେ ବରୁଣଙ୍କ ସହ ପୁଣିଥରେ କାମ କରିବାକୁ ନେଇ କ୍ରିତି କହିଥିଲେ ଯେ ସେ ଏବଂ ବରୁଣ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି ଏବଂ ସେମାନଙ୍କର ପ୍ରଥମ ସହଯୋଗ ପରେ ଦୁଇଜଣ ଭଲ ବନ୍ଧୁ ରୂପେ ରହିଆସୁଛନ୍ତି । ହେଲେ ଏବେ ବରୁଣ ବିବାହିତ ଥିବାରୁ ତାଙ୍କ ମଧ୍ୟରେ ପାଇଥିବା ପାର୍ଥକ୍ୟକୁ ଅଭିନେତ୍ରୀ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ।
ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ କ୍ରିତି କହିଥିଲେ, ‘ଆମେ ଏକାଠି କାମ କରିବାର 6 ବର୍ଷ ବିତିଗଲାଣି । ମୁଁ ଭାବୁଛି ଆମ ଦୁହେଁ କଳାକାର ଏବଂ ବ୍ୟକ୍ତିବିଶେଷ ଭାବରେ ଆଗାକୁ ବଢୁଛୁ । ସେ ବର୍ତ୍ତମାନ ବିବାହିତ, କିନ୍ତୁ ସେ ତଥାପି ସମାନ, କେବଳ ପୂର୍ବ ଅପେକ୍ଷା ଟିକିଏ ଅଧିକ ପରିପକ୍ବ ହୋଇଯାଇଛନ୍ତି।’