ମୁମ୍ବାଇ:ଗତ କିଛି ଦିନ ତଳେ କୋରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ଼ ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ଖାନ । ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ରହୁଥିବାବେଳେ ସେ ତାଙ୍କ ସନ୍ତାନଙ୍କୁ ମନେ ପକାଉଥିବା ଜଣାପଡ଼ିଛି । ଏଥିଲାଗି ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଏକ ଇମୋସନାଲ ନୋଟ୍ ।
ଏହି ପୋଷ୍ଟରେ କରୀନା ଲେଖିଛନ୍ତି ଯେ, " କୋଭିଡ଼ ମୁଁ ତୋତେ ଘୃଣା କରୁଛି । ମୁଁ ମୋ ସନ୍ତାନଙ୍କୁ ମିସ୍ କରୁଛି । କିନ୍ତୁ ଜଲ୍ଦି ମୁଁ ସେମାନଙ୍କୁ ଦେଖା କରିବି ।" ଏପରି ଏକ ନୋଟ୍ ସେୟାର କରିଛନ୍ତି କରୀନା । କରୀନା କ୍ବାରେଣ୍ଟାଇନରେ ପରିବାରଠାରୁ ଅଲଗା ରହୁଥିବାରୁ ପଜିଟିଭ ଚିହ୍ନଟ ହେବାର କିଛି ଦିନ ପରେ ସୈଫ ତାଙ୍କୁ ଭେଟିବାକୁ ଆସିଥିଲେ । କରୀନା ବାଲକୋନିରୁ ସୈଫଙ୍କୁ ଭେଟିଥିବା ନିଜ ସୋସିଆଲ ମିଡି଼ଆରେ ସେୟାର କରିଥିଲେ ।
ଏହା ବି ପଢନ୍ତୁ: କରୀନାଙ୍କ ବାସଭବନ ସିଲ୍ କଲା BMC, ଏମିତି ରିଆକ୍ଟ କଲେ ଅଭିନେତ୍ରୀ