ଓଡିଶା

odisha

ତିରୁପତିରେ ଜାହ୍ନବୀ, ସେୟାର କଲେ ଫଟୋ

By

Published : Feb 10, 2020, 3:49 PM IST

ନିଜ ବ୍ୟସ୍ତବହୁଳତା ସମୟରୁ ଫୁରସତ ପାଇ ତିରୁପତି ଦର୍ଶନ କରିବାକୁ ପ୍ରଥମେ ଯାଆନ୍ତି ଜାହ୍ନବୀ କପୁର । ତିରୁପତି ମନ୍ଦିରରେ ତାଙ୍କୁ ଶାନ୍ତି ମିଳେ ବୋଲି ସେ ଅନେକ ଥର କହିସାରିଛନ୍ତି ।

janhvi kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ତିରୁପତି: ଶ୍ରୀଦେବୀ ଓ ନିର୍ମାତା ବୋନି କପୁରଙ୍କ ତନୟା ତଥା ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଆଗାମୀ ଫିଲ୍ମ ‘ଗୁଞ୍ଜନ ସକ୍ସେନା’ ପାଇଁ ଚର୍ଚ୍ଚାରେ । ହେଲେ ଏହି ଫିଲ୍ମ ଦେଖିବାକୁ ଆଉ କିଛି ଦିନ ଦର୍ଶକଙ୍କୁ ଅପେକ୍ଷା କରିବାକୁ ପଡିବ । ଏଯାବତ ଫିଲ୍ମର ରିଲିଜ ତାରିଖ ସାମ୍ନାକୁ ଆସିନାହିଁ । ଫିଲ୍ମର କ୍ଲାଇମେକ୍ସ ସୁଟିଂ ଏବେ ମଧ୍ୟ ଚାଲିଛି । ସୁଟିଂରୁ ଫୁରସତ ପାଇ ଜାହ୍ନବୀ ତିରୁପତି ମନ୍ଦିରରେ ଦର୍ଶନ ପାଇଁ ପହଞ୍ଚିଛନ୍ତି । ଏହି କଥାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି।

ନିଜର ଫଟୋ ସେୟାର କରି ସେ ମନ୍ଦିର ଦର୍ଶନରେ ଯାଇଥିବାର ଜଣାଇଛନ୍ତି । ଯେଉଁଥିରେ ସେ ମନ୍ଦିର ସିଡିରେ ବସିଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ତାଙ୍କ ଫଟୋରେ ଫ୍ୟାନ୍ସଙ୍କ ଅନେକ କମେଣ୍ଟ ଦେଖିବାକୁ ମିଳୁଛି।

ପ୍ରକାଶ ଥାଉକି ଜାହ୍ନବୀ ଯେବେ ମଧ୍ୟ ସମୟ ପାଆନ୍ତି ସେ ତିରୁପତି ମନ୍ଦିର ଦର୍ଶନ କରିବାକୁ ବାହାରି ଯାଆନ୍ତି । ଏହି କଥାର ଖୁଲାସା ସେ ନିଜେ କରିଥିଲେ । ତାଙ୍କ ଅନୁଯାୟୀ ତିରୁପତି ମନ୍ଦିରରେ ଶାନ୍ତି ମିଳେ।

ABOUT THE AUTHOR

...view details