ଓଡିଶା

odisha

ହୁମା@34, ପ୍ରଥମ ଫିଲ୍ମରୁ ଦର୍ଶକଙ୍କ ହୃଦୟରେ କରିଥିଲେ ରାଜ

By

Published : Jul 28, 2020, 3:23 PM IST

34 ବର୍ଷରେ ପଦାର୍ପଣ କଲେ ‘ଗ୍ୟାଙ୍ଗ ଅଫ ୱାସେପୁର’ ଅଭିନେତ୍ରୀ ହୁମା । ତାଙ୍କ ଜନ୍ମଦିନରେ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ହୁମା କୁରୈଶୀ ଆଜି ନିଜର 34ତମ ଜନ୍ମଦିନ ପାଳନ କରୁଛନ୍ତି । ସେ 1986 ଜୁଲାଇ 28ରେ ଦିଲ୍ଲୀରେ ଜନ୍ମ ହୋଇଥିଲେ । ତାଙ୍କ ପିତାଙ୍କ ନାମ ସଲୀମ କୁରୈଶୀ । ଯିଏ ଜଣେ ରେସ୍ତୋରାଁ ବ୍ୟବସାୟୀ । ଦିଲ୍ଲୀରେ ତାଙ୍କର ପାଖାପାଖି 10ଟି ରେସ୍ତୋରାଁ ଅଛି । ଆଉ ତାଙ୍କ ମା' ଅମୀନା କୁରୈଶୀ। ହୁମାଙ୍କ ଭାଇ ସାକିବ ସଲୀମ ମଧ୍ୟ ବଲିଉଡର ଫେମସ ଅଭିନେତା ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହୁମା ଦିଲ୍ଲୀ ୟୁନିଭର୍ସିଟିର ଗାର୍ଗୀ କଲେଜରୁ ପାଠ ପଢା ଶେଷ କରିଛନ୍ତି । ସେ ଇତିହାସରେ ଡିଗ୍ରୀ ହାସଲ କରିଛନ୍ତି । ସେ ପିଲାବେଳୁ ବଲିଉଡର ଅଭିନେତ୍ରୀ ହେବାକୁ ସ୍ବପ୍ନ ଦେଖଥିଲେ । ଯାହାକୁ ସେ ଆଜି ସତ ସାବ୍ୟସ୍ତ ମଧ୍ୟ କରିଛନ୍ତି । ଅଭିନୟ ପାଇଁ ସେ ପ୍ରଥମେ ଥିଏଟର ଗ୍ରୁପରେ ସାମିଲ ହୋଇଥିଲେ । ଫିଲ୍ମରେ ଆସିବା ପୂର୍ବରୁ ସେ ବିଜ୍ଞାପନରେ ନଜର ଆସିଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଏକ ବିଜ୍ଞାପନ କରୁଥିବା ସମୟରେ ବଲିଉଡର ଫେମସ ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନଜର ହୁମାଙ୍କ ଉପରେ ପଡିଥିଲା । ଯାହାପରେ ସେ ନିଜ ଚର୍ଚ୍ଚିତ ଫିଲ୍ମ ‘ଗ୍ୟାଙ୍ଗ ଅଫ ୱାସେପୁର’ରେ ତାଙ୍କୁ କାଷ୍ଟ କରିବାର ନିଷ୍ପତ୍ତି ନେଇଥିଲେ । ଏହି ଫିଲ୍ମ 2012ରେ ରିଲିଜ ହୋଇଥିଲା । ନିଜ ଡେବ୍ୟୁ ଫିଲ୍ମରୁ ହୁମା ଚର୍ଚ୍ଚିତ ଅଭିନେତ୍ରୀ ସାଜିଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ବହୁତ କମ ସମୟରେ ହୁମା ଗୋଟିଏ ପରେ ଗୋଟିଏ ଶାନଦାର ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଥିଲେ। ‘ଗ୍ୟାଙ୍ଗ ଅଫ ୱାସେପୁର’ ପରେ ସେ ‘ଡେଢ ଇଶ୍କିୟା’, ‘ଜଲି ଏଲଏଲବି 2’ ଓ ‘କାଲା’ ଭଳି ଫିଲ୍ମରେ ଦମଦାର ଅଭିନୟ କରିଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଗୋଟିଏ ପଟେ ସେ ବଲିଉଡରେ ନିଜ ସ୍ଥାନ ସ୍ଥାପନ କରିବାରେ ବ୍ୟସ୍ତ ଥିବା ବେଳେ, ଅନ୍ୟପଟେ ତାଙ୍କ ଉପରେ ଘର ଭାଙ୍ଗିବାର ଅଭିଯୋଗ ମଧ୍ୟ ଲାଗିଥିଲା । ଅନୁରାଗ ଓ ଅଭିନେତ୍ରୀ କଲ୍କି କୋଚଲିନଙ୍କ ବିବାହ ଭାଙ୍ଗିବା ପଛରେ ହୁମାଙ୍କ ହାତ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି ଖବର ଉପରେ ଏଯାବତ ତିନି ଜଣ କୌଣସି ବୟାନ ଦେଇନାହାଁନ୍ତି । ଅନୁରାଗ ଓ କଲ୍କି ପରସ୍ପର ସହ ଭୁଲ ବୁଝାମଣା ପାଇଁ ସମ୍ପର୍କ ଭାଙ୍ଗିଥିଲା ବୋଲି ଅନେକ ଥର କହିସାରିଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହୁମାଙ୍କ ନାମ ‘ବବି ଜାସୁସ’ ଆକ୍ଟର ଅର୍ଜୁନ ବଜୱାଙ୍କ ସହ ମଧ୍ୟ ସମ୍ପୃକ୍ତ ହୋଇସାରିଛି । ହେଲେ ଦୁଇଜଣଙ୍କ ସମ୍ପର୍କ ବେଶୀ ଦିନ ରହିନଥିଲା । କିଛି ଦିନର ରିଲେସନଶିପ ପରେ ଦୁଇଜଣ ପରସ୍ପରଠୁ ଅଲଗା ହୋଇଯାଇଥିଲେ । ଏବେ ସେ ନିର୍ଦ୍ଦେଶକ ମୁଦସର ଅଜୀଜଙ୍କ ସହ ରିଲେସନଶିପରେ ଅଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହୁମା ସେହି ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଯେଉଁମାନେ ସାଇଜ ଜିରୋ ଟ୍ରେଣ୍ଡରେ ଫସିବା ସ୍ଥାନରେ ନିଜକୁ ଫିଟ୍ ରଖିବାକୁ ପସନ୍ଦ କରନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ପ୍ରକାଶ ଥାଉକି ହୁମା ଶେଷଥର ନେଟଫ୍ଲିକ୍ସର ଫେମସ ସିରିଜ ‘ଲୈଲା’ରେ ନଜର ଆସିଥିଲେ । ଆଉ ଖୁବଶୀଘ୍ର ସେ ଖିଲାଡି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବେଲ ବଟମ’ରେ ଦେଖାଯିବେ । ଯାହାର ସୁଟିଂ ପାଇଁ ପୁରା ଷ୍ଟାରକାଷ୍ଟ ୟୁକେ ଯାତ୍ରା ନକିଟରେ କରିଛନ୍ତି । ସେହିପରି ଫିଲ୍ମରେ ବାଣୀ କପୁର ଓ ଲାରା ଦତ୍ତ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ‘ବେଲ ବଟମ’କୁ ଆସନ୍ତା ବର୍ଷ ରିଲିଜ କରିବା ଯୋଜନା କରିଛନ୍ତି ମେକର୍ସ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ABOUT THE AUTHOR

...view details