ଓଡିଶା

odisha

ଡ୍ରିମ ଗାର୍ଲ@71, ସୌନ୍ଦର୍ଯ୍ୟରେ ପାଗଳ ସାରା ସଂସାର

By

Published : Oct 16, 2019, 10:15 AM IST

ଆଜି ହେମାମାଳିନୀଙ୍କ71ତମ ଜନ୍ମଦିନ । ଅଭିନେତ୍ରୀରୁ ବିଜେପି ନେତ୍ରୀ ସାଜିଥିବା ହେମାଙ୍କ ଲଭଲାଇଫ ଥିଲା ରୋମାଞ୍ଚଭରା ।କିନ୍ତୁ ବିବାହ ମଣ୍ଡପରେ ଧରିଥିଲେ ବଲିଉଡର ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ହାତ ।

ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡର ଡ୍ରିମ ଗାର୍ଲ ଓ ଏଭରଗ୍ରୀନ ଅଭିନେତ୍ରୀ ହେମା ମାଲିନୀ ନିଜ ଶାନଦାର ଅଭିନୟ ଜରିଆରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଦିୱାନା କରିଛନ୍ତି । କେବେ ଗୀତ ଆଉ ସୀତା ସାଜି ତ ଆଉ କେବେ ବସନ୍ତୀ ହୋଇ ଫ୍ୟାନ୍ସଙ୍କ ମନ ଚୋରି କରିଥିଲେ । ତାଙ୍କୁ କୌଣସି ପରିଚୟର ଆବଶ୍ୟକ ନାହିଁ । ତାଙ୍କ ସଦାବାହାର ଅଭିନୟ ହିଁ ତାଙ୍କ ପରିଚୟ । ଆଜି ଏହି ବିଶିଷ୍ଟ ଅଭିନେତ୍ରୀଙ୍କ 71ତମ ଜନ୍ମଦିନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହେମା ମାଲିନୀ ଫ୍ୟାନକ୍ଲବ

ସେ ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଯାହାଙ୍କ ପଛରେ ସୁପରଷ୍ଟାର ଆକ୍ଟର ଦିୱାନ । ବୟସ ତାଙ୍କ ସୌନ୍ଦର୍ଯ୍ୟକୁ ଫିକା କରିବାରେ ଅସମର୍ଥ । କାରଣ ଆଜି ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟର ତୁଳନା ନାହିଁ । ତାଙ୍କ ପରି ହେବାକୁ ସବୁବେଳେ ଚେଷ୍ଟା କରନ୍ତି ଅନ୍ୟ ଅଭିନେତ୍ରୀ ମାନେ । ତାଙ୍କ ଫିଲ୍ମ ଯେତେ ହିଟ୍ ହୋଇଥିଲା ସେମିତି ହିଁ ତାଙ୍କ ଲଭଲାଇଫ ଚର୍ଚ୍ଚାରେ ଥିଲା । ତେବେ ଆସନ୍ତୁ ଜାଣିବା ତାଙ୍କ ଲଭଲାଇଫର କିଛି ରୋମାଞ୍ଚଭରା କାହାଣୀ...

ତାଙ୍କ ଜୀବନ ସହ ଏମିତି କାହାଣୀ ସମ୍ପୃକ୍ତ ଅଛି ହୁଏତଃ ଯାହା ବିଷୟରେ ବହୁତ କମ ଦର୍ଶକ ଜାଣିଥିବେ । ହେମା ବଲିଉଡର ହିମ୍ୟାନ ଧର୍ମେନ୍ଦ୍ରଙ୍କ ପ୍ରେମରେ ପାଗଳ ଥିଲେ । କିନ୍ତୁ ତାଙ୍କ ପରିବାର ତାଙ୍କ ବିବାହ ବଲିଉଡର ଆଉ ଜଣେ ସୁପରଷ୍ଟାରଙ୍କ ସହ ସ୍ଥିର କରିଦେଇଥିଲେ । ସେହି ଅଭିନେତା ଆଉ କେହି ନୁହଁନ୍ତି ସେ ହେଲେ ଜମ୍ପିଂଜ୍ୟାକ ଷ୍ଟାର ଜିତେନ୍ଦ୍ର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହେମା ମାଲିନୀ ଫ୍ୟାନକ୍ଲବ

ଦୁଇଜଣଙ୍କ ବିବାହ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଥିଲା । ବିବାହ ପାଇଁ ହେମା ଓ ଜିତେନ୍ଦ୍ରଙ୍କ ପୁରା ପରିବାର ମାଦ୍ରାସରେ ପହଞ୍ଚିସାରିଥିଲେ । ଇତିମଧ୍ୟରେ ଧର୍ମେନ୍ଦ୍ର ଏମିତି କିଛି କରିଥିଲେ ଯାହାଦ୍ବାରା ଦୁଇଜଣଙ୍କ ବିବାହ ଭାଙ୍ଗି ଯାଇଥିଲା ।

ହେମା ନିଜ ବାୟୋଗ୍ରାଫି ‘ବିୟଣ୍ଡ ଦ ଡ୍ରିମ ଗାର୍ଲ’ରେ ଏହି କଥାର ଖୁଲାସା କରିଥିଲେ । ସେ ଧର୍ମେନ୍ଦ୍ରଙ୍କ ସହ ନିଜ ସମ୍ପର୍କକୁ ପିତା-ମାତାଙ୍କ ପାଖରେ ଲୁଚାଇ ରଖିଥିଲେ । ଏହାର କାରଣ ଥିଲା ଧର୍ମେନ୍ଦ୍ରଙ୍କ ବିବାହିତ ଜୀବନ । ଯେତେବେଳେ ହେମାଙ୍କ ଘରେ ଧର୍ମେନ୍ଦ୍ରଙ୍କ ପୂର୍ବ ବିବାହ ଖବର ଜଣାପଡିଲା ତେବେ ପୁରା ପରିବାର ହେମା ଓ ଧର୍ମେନ୍ଦ୍ରଙ୍କ ପ୍ରେମକୁ ବିରୋଧ କରିଥିଲେ । ଏହାପରେ ଦୁଇଜଣଙ୍କ ପ୍ରେମରେ ଅନେକ ବାଧା ସୃଷ୍ଟି ହୋଇଥିଲା । ଖାଲି ଏତିକି ନୁହେଁ ହେମା ଓ ଧର୍ମେନ୍ଦ୍ରଙ୍କ ସାକ୍ଷାତ ଉପରେ ମଧ୍ୟ ଲାଗିଥିଲା ଫୁଲଷ୍ଟପ ।

ସେହି ସମୟରେ ଜିତେନ୍ଦ୍ରଙ୍କ ସହ ହେମା ଦୁଇଟି ଫିଲ୍ମରେ କାମ କରୁଥିଲେ । ଦୁଇଜଣ ଭଲ ପରସ୍ପରର ଭଲ ବନ୍ଧୁ ହୋଇଯାଇଥିଲେ । ଧର୍ମେନ୍ଦ୍ରଙ୍କ ପରି ହେମାଙ୍କ ପ୍ରେମରେ ମଧ୍ୟ ପାଗଳ ଥିଲେ ଜିତେନ୍ଦ୍ର । ସେ ହେମାଙ୍କ ସମ୍ମୁଖରେ ପ୍ରେମ ନିବେଦନ ମଧ୍ୟ କରିସାରିଥିଲେ। କିନ୍ତୁ ତାଙ୍କୁ ବିବାହ କରିବା ପ୍ରତିଶୃତି କେବେ ମଧ୍ୟ ହେମା ଦେଇନଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହେମା ମାଲିନୀ ଫ୍ୟାନକ୍ଲବ

ଆଉ ଯେତେବେଳ ବିବାହ ବିଧି ବିଧାନ ଆରମ୍ଭ ହେଲା ତେବେ ଧର୍ମେନ୍ଦ୍ର ନିଜ ପତ୍ନୀ ସହ ସବୁ ସମ୍ପର୍କ କାଟି ମାଦ୍ରାସରେ ପହଞ୍ଚିଯାଇଥିଲେ ନିଜ ପ୍ରେମ ସମ୍ପର୍କକୁ ବିବାହର ନାମ ଦେବାକୁ। ଅନେକ ଯୁକ୍ତିତର୍କ ପରେ ହେମା ପରିଶେଷରେ ଜିତେନ୍ଦ୍ରଙ୍କୁ ଛାଡି ଧର୍ମେନ୍ଦ୍ରଙ୍କ ହାତ ଧରିଥିଲେ । ଯାହାଦ୍ବାରା ଜିତେନ୍ଦ୍ରଙ୍କ ହୃଦୟ ଭାଙ୍ଗି ଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଜିତେନ୍ଦ୍ର, ହେମାଙ୍କ ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଇଥିଲେ । ଏହିପରି ଥିଲା ବଲିଉଡର ଏହି ତିନି ସୁପରଷ୍ଟାରଙ୍କ ପ୍ରେମ କାହାଣୀ ।

ABOUT THE AUTHOR

...view details