ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ ନିଜ ଅପକମିଂ ଫିଲ୍ମ ‘କୁଲି ନଂ 1’କୁ ନେଇ ଦୀର୍ଘ ସମୟ ଚର୍ଚ୍ଚାରେ । ଫିଲ୍ମରେ ପ୍ରଥମଥର ତାଙ୍କ ସହ ନଜର ଆସିବେ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ଫିଲ୍ମ ବ୍ୟତୀତ ନିକଟରେ ବରୁଣ ନିଜ ଉପରେ ପ୍ରକାଶିତ ଏକ ନ୍ୟୁଜକୁ ମିଥ୍ୟା କହିଥିଲେ । ହେଲେ ଏଥର ଅଧିକ ଚିନ୍ତାରେ ଥିବା ଭଳି ଲାଗୁଛନ୍ତି ସେ। କାରଣ ଫେକ ନ୍ୟୁଜରେ ଏବେ ତାଙ୍କ ନାମ ବ୍ୟତୀତ ପିତା ତଥା ନିର୍ମାତା ଡେଭିଡ ଧୱନଙ୍କ ନାମ ସାମିଲ ହୋଇଛି । ଯାହାକୁ ନେଇ ସେ ଖୁବ୍ ରାଗିଯାଇଛନ୍ତି।
କଥାଟି ହେଲା ଯେ ପ୍ରଚାର ହୋଇଥିବା ନ୍ୟୁଜରେ କୁହାଯାଇଛି ବରୁଣ, ଅମିତାଭ ବଚ୍ଚନଙ୍କ ଫେମସ ଫିଲ୍ମ ‘ନମକ ହଲାଲ’ର ରିମେକରେ କାମ କରିବାକୁ ଯାଉଛନ୍ତି । ଆଉ ଯାହାକୁ ଡେଭିଡ ନିର୍ଦ୍ଦେଶିତ କରିବେ ।