ହାଇଦ୍ରାବାଦ: ଲୋକ କବି ପଦ୍ମଶ୍ରୀ ହଳଧର ନାଗ, ସମ୍ବଲପୁର ସନ୍ତାନ ଆଉ ଓଡିଶାର ଗର୍ବ । 2016ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ହଳଧର ନାଗଙ୍କୁ ଚିଠି ଲେଖିଛନ୍ତି ମହାନ ଗୀତିକାର ଗୁଲଜାର । ଭର୍ଚୁଆଲ ଭାରତ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏକ ମ୍ୟୁଜିକ ଭିଡିଓକୁ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ପ୍ରଶଂସା ଓ ପସନ୍ଦ କରାଯାଇଛି ।
ଓଡିଶାର ପ୍ରସିଦ୍ଧ ଆଦିବାସୀ କବି ହଳଧରଙ୍କ କାହାଣୀ ନିଜେ ଲେଖି ଶୁଣାଇଛନ୍ତି ଗୁଲଜାର । ତାଙ୍କର ସଂଘର୍ଷପୂର୍ଣ୍ଣ ଜୀବନକୁ ବେଶ ସୁନ୍ଦରଭାବେ ଭିଡିଓରେ ଦେଖିବାକୁ ମିଳିଛି । ଏହାସହ ହଳଧର ନିଜେ କବିତା ପଢୁଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । କେବଳ ଗୁଲଜାର ନୁହେଁ ବରଂ ତାମିଲ ରାପର ଆର୍ଟ୍ସଲଡ ମଧ୍ୟ ରାପ୍ ଜରିଆରେ ହଳଧରଙ୍କ କାହାଣୀ କହିଛନ୍ତି ।