ନୂଆଦିଲ୍ଲୀ: କୋରୋନା ଭାଇରସ ଦ୍ବାରା ସମଗ୍ର ଦେଶ ଅସୁବିଧାରେ ପଡିଛି। ଏହି ସମୟରେ ବଲିଉଡର ବହୁ ସେଲିବ୍ରିଟିମାନେ ଭିନ୍ନ ଭିନ୍ନ ଉପାୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଏବେ ଗାୟକ ମିକା ସିଂ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । କୋରୋନା ସମୟରେ ମିକା ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ।
ଏକ ଭିଡିଓ ସେୟାର କରି ମିକା କହିଛନ୍ତି ଯେ, ସେ ମୁମ୍ବାଇରେ ଏକ ଏନଜିଓ ମାଧ୍ୟମରେ ଲଙ୍ଗର ସେବା ଆରମ୍ଭ କରିଛନ୍ତି।