ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ହାଉସଫୁଲ 4’ ରିଲିଜକୁ ଆଉ କିଛି ଦିନ ବାକି ଅଛି । ବର୍ତ୍ତମାନ ଫିଲ୍ମର ପ୍ରମୋଶନ ଜୋରସୋରରେ ଚାଲିଛି । ଇତିମଧ୍ୟରେ ରିଲିଜ ହୋଇଯାଇଛି ଦ ଭୂତ୍ ସଙ୍ଗ ‘ଭୂତ ରାଜା’ । ଗୀତରେ ଅକ୍ଷୟଙ୍କ ସହ ଫିଲ୍ମର ପୁରା ଷ୍ଟାର-କାଷ୍ଟ ନଜର ଆସୁଛନ୍ତି । ଗୀତରେ ସବୁଠାରୁ ମଜାଦାର କଥା ହେଲା କି ଦର୍ଶକ ଲୋକପ୍ରିୟ ଅଭିନେତା ନୱାଜୁଦ୍ଦୀନ ସିଦ୍ଦିକୀଙ୍କୁ ଦେଖିବାକୁ ପାଇବେ ।
ପ୍ରଥମଥର ନୱାଜଙ୍କ ଭିନ୍ନ ଅବତାର ଭୂତ ରାଜାରେ ଦେଖିବାକୁ ମିଳୁଛି । ଜଣେ ତାନ୍ତ୍ରିକ ରୋଲରେ ନୱାଜ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ନାମ ନେଇ ମନ୍ତ୍ର ପଢି ଭୂତ ଝାଡୁଛନ୍ତି।