ଓଡିଶା

odisha

ମନାଲିରେ ଚୁଟି କାଟିଦେଲେ କାର୍ତ୍ତିକ

By

Published : Feb 26, 2021, 12:17 PM IST

ଭାଇରାଲ ହେଲା କାର୍ତ୍ତିକଙ୍କ ନୂଆ ଫଟୋ । ଲମ୍ବା କେଶ ପାଇଁ ପ୍ରଶଂସା ପାଉଥିବା ଅଭିନେତା ଏବେ କାଟିଛନ୍ତି କେଶ । ସୋସିଆଲ ମିଡିଆରେ ଦେଲେ ସୂଚନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ

ମୁମ୍ବାଇ: କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନ ଲକଡାଉନ ସମୟରେ ନିଜ ଲମ୍ବା କେଶ ଏବଂ ଦାଢି ପାଇଁ ଫ୍ୟାନ୍ସଙ୍କ ମନ କିଣିଥିଲେ । ତାଙ୍କ ଏହି ନୂଆ ଲୁକର ସମସ୍ତେ ପ୍ରଶଂସା କରିଥିଲେ । ହେଲେ ଇତିମଧ୍ୟରେ ସେ ନୂଆ ହେୟାର ଷ୍ଟାଇଲ ଆପଣାଇଛନ୍ତି । ଆଉ ଯାହାର ସୂଚନା ସେ ନିଜେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ସେ ଗୁରୁବାର ନିଜର ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ତାଙ୍କ କେଶ କାଟିବା ପାଇଁ ଜଣେ ବ୍ୟକ୍ତି ହାତରେ କତୁରି ଧରି ଠିଆ ହୋଇଥିଲେ । ଏହାକୁ ସେୟାର କରି ମଜାଦାର ଅନ୍ଦାଜରେ ସେ ଲେଖିଥିଲେ, ‘ମନାଲି ମେଁ କଟେଗା ।’ ଦେଖନ୍ତୁ ଫଟୋ...

ଯଦି କାର୍ତ୍ତିକଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ହରର, କମେଡି ଡ୍ରାମା ଫିଲ୍ମ ‘ଭୁଲ ଭୁଲୈୟା 2’ରେ ନଜର ଆସିବେ । ଏହାବ୍ୟତୀତ ସେ ‘ଧମାକା’, ‘ଦୋସ୍ତାନା 2’ରେ ମଧ୍ୟ ଦେଖାଯିବେ ।

ABOUT THE AUTHOR

...view details