ଓଡିଶା

odisha

ଫିଲ୍ମ 'ଫୁଟଫ୍ରିନ୍ଟସ ଅନ ଓ୍ବାଟର'ରେ ସାମିଲ ହେଲେ ଆଦିଲ ହୁସେନ୍

By

Published : Oct 30, 2020, 6:01 PM IST

ଅଭିନେତା ଆଦିଲ ହୁସେନ୍ ବ୍ରିଟିଶ ଅଭିନେତା ଆଣ୍ଟୋନିଓଙ୍କ ସହ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଫୁଟଫ୍ରିନ୍ଟସ ଅନ ଓ୍ବାଟର'ରେ କାମ କରିବେ । ଅଧିକ ପଢନ୍ତୁ...

adil hussain to star in british indian film footprints on water
ଫିଲ୍ମ 'ଫୁଟଫ୍ରିନ୍ଟସ ଅନ ଓ୍ବାଟର' ରେ ସାମିଲ ହେଲେ ଆଦିଲ ହୁସେନ୍

ଲଣ୍ଡନ: ଭାରତୀୟ ଅଭିନେତା ଆଦିଲ ହୁସେନ୍ ନିଜର ପରବର୍ତ୍ତୀ ବ୍ରିଟିଶ-ଭାରତୀୟ ଚଳଚ୍ଚିତ୍ର 'ଫୁଟଫ୍ରିନ୍ଟସ ଅନ ଓ୍ବାଟର' ରେ ବ୍ରିଟିଶ ଅଭିନେତା ଆଣ୍ଟୋନିଓ ଆକ୍ସେଲଙ୍କ ସହ କାମ କରୁଛନ୍ତି ।

ଏହି ଚଳଚ୍ଚିତ୍ରଟି ବ୍ରିଟେନର ଜଣେ ପିତାଙ୍କ ବିଷୟରେ, ଯିଏ ନିଖୋଜ ଝିଅକୁ ଖୋଜୁଥିବାବେଳେ ପୋଲିସର ଆଖିରୁ ଖସିଯିବାକୁ ଚେଷ୍ଟା କରିଥିଲା । ଏଥିରେ ଆଦିଲ ପିତାଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ମାଲାୟାଲମ୍ ଅଭିନେତ୍ରୀ ନିମିଷା ସଜୟାନ୍ ତାଙ୍କ ଝିଅଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ଆଦିଲ କହିଛନ୍ତି ଯେ, ଏହି ଚଳଚ୍ଚିତ୍ରର କାହାଣୀରେ ସ୍ବପ୍ନ, ଆଶା,ଏବଂ ସ୍ବପ୍ନର ଭାଙ୍ଗିବାର ଦିଗଗୁଡିକୁ ମଧ୍ୟ ସ୍ପର୍ଶ କରାଯାଇଛି । ନାଥାଲିଆ ସିଆମ୍ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମାଲାୟାଲମ୍ ଅଭିନେତ୍ରୀ ଲୀନା କୁମାର ମଧ୍ୟ ନିଖୋଜ ଝିଅର ସାବତ ମା' ଅଟନ୍ତି । ଏଥିସହିତ ଆଣ୍ଟୋନିଓ ଆଫଗାନି ଶରଣାର୍ଥୀ ଭୂମିକାରେ ଅଭିନୟ କରୁଛନ୍ତି ।

ନିକଟରେ ବର୍ଲିନରେ ଚାଲିଥିବା ଇଣ୍ଡୋ ଜର୍ମାନ ଫିଲ୍ମ ଓ୍ବିକରେ ଶ୍ରେଷ୍ଠ କଳାକାର ଭାବରେ ଆଦିଲ ହୁସେନ୍ ତାଙ୍କ ଚଳଚ୍ଚିତ୍ର ପାଇଁ ପୁରସ୍କାର ଗ୍ରହଣ କରିଥିଲେ । ପ୍ରକାଶ ଝାଙ୍କ ଫିଲ୍ମ 'ପରୀକ୍ଷା' ଏବଂ ଅନ୍ୟ ଏକ ଚଳଚ୍ଚିତ୍ର 'ନିର୍ବାନା ଇନ୍' ପାଇଁ ଆଦିଲ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details