ଓଡିଶା

odisha

ଦିଲ୍ଲୀରେ 100 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିବେ ହୁମା

By

Published : May 11, 2021, 7:44 AM IST

ଧିରେ ଧିରେ କରି ଅନେକ ସେଲିବ୍ରିଟି କୋରୋନା ଲଢେଇରେ ସାମିଲ ହେଲେଣି । ଦାନ କରିବାଠୁ ନେଇ ଡାକ୍ତରଖାନ ନିର୍ମାଣ କରିବା ଅଭିଯାନ ଆରମ୍ଭ କଲେଣି ଅନେକ ସେଲିବ୍ରିଟି । ଏହି କ୍ରମରେ ବର୍ତ୍ତମାନ ସାମିଲ ହୋଇଛନ୍ତି ହୁମା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହୁମା କୁରୈଶୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହୁମା କୁରୈଶୀ

ମୁମ୍ବାଇ: ବଲିଉଡ ସେଲିବ୍ରିଟି କୋରୋନା ମହାମାରୀ ବିରୋଧରେ ଲଢୁଥିବା ଦେଶବାସୀଙ୍କୁ ସାହାଯ୍ୟ ଏବଂ ସହଯୋଗର ହାତ ବଢାଉଥିବାର ନଜର ଆସୁଛନ୍ତି । ଅନେକ ସେଲିବ୍ରିଟି କୋଟି କୋଟି ଟଙ୍କା ଦାନ କରିସାରିଲେଣି । ଇତିମଧ୍ୟରେ ମହାମାରୀ ସହ ମୁକାବିଲା କରିବା ପାଇଁ ଅଭିନେତ୍ରୀ ହୁମା କୁରୈଶୀ ଦିଲ୍ଲୀରେ ଏକ ଅସ୍ଥାୟୀ 100 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟରେ ହୁମା ସେଭ୍ ଚାଇଲ୍ଡ ଏନଜିଓର ସହାୟତା ନେଉଛନ୍ତି। ଏଥିପାଇଁ ସେ ଏକ ପାଣ୍ଠି ସଂଗ୍ରହ ଶିବିର ଆରମ୍ଭ ମଧ୍ୟ କରିଛନ୍ତି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହୁମା ଟ୍ବିଟରରେ ଏହା ଘୋଷଣା କରିଛନ୍ତି ଏବଂ ଏଥିରେ ଯୋଗଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ଡାକ୍ତରଖାନାରେ 100 ଶଯ୍ୟା ବିଶିଷ୍ଟ ଏକ ଅମ୍ଳଜାନ କାରଖାନା ମଧ୍ୟ ସ୍ଥାପନ କରାଯାଉଥିବା ହୁମା ସୂଚନା ଦେଇଛନ୍ତି। ଏହି ଅଭିଯାନର ନାମ ‘ବ୍ରେଥ୍ ଅଫ୍ ଲାଇଫ୍’ ରଖାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହୁମାଙ୍କ ଆବେଦନକୁ ନେଇ ଅନେକ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଫିଲ୍ମ ନିର୍ମାତା ସୁଧୀର ମିଶ୍ର ମଧ୍ୟ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେହିପରି ‘ଆର୍ମି ଅଫ୍ ଦେ ଡେଡ୍’ ନିର୍ଦ୍ଦେଶକ ଜ୍ୟାକ ସ୍ନାୟଡର ହୁମାଙ୍କ ପୋଷ୍ଟକୁ ସେୟାର କରି ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଆଉ ଲୋକଙ୍କୁ ଦାନ କରିବାକୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details