ଓଡିଶା

odisha

ଲକଡାଉନରେ ପାର୍ଟି କରିବାରେ ବ୍ୟସ୍ତ ଅମୀଷା, ଭାଇରାଲ ଭିଡିଓ

By

Published : May 17, 2020, 8:12 PM IST

ସୋସିଆଲ ମିଡିଆରେ ନୂଆ ଭିଡିଓ ସେୟାର କରି ଚର୍ଚ୍ଚାରେ ଅମୀଷା ପଟେଲ। ପାର୍ଟି କରି ଫ୍ୟାନ୍ସଙ୍କ ଚିନ୍ତାରେ ପକାଇଲେ ସେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମୀଷା ପଟେଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମୀଷା ପଟେଲ

ମୁମ୍ବାଇ: ଅଭିନେତ୍ରୀ ଅମୀଷା ପଟେଲ ଦୀର୍ଘ ସମୟରୁ ଫିଲ୍ମଠୁ ଦୂରେଇ ଅଛନ୍ତି। ହେଲେ ସେ ସୋସିଆଲ ମିଡଆରେ ସବୁବେଳେ ଆକ୍ଟିଭ। ପ୍ରାୟତଃ ନିଜର ବୋଲ୍ଡ ଫଟୋ ସେୟାର କରି ଫ୍ୟାନ୍ସଙ୍କ ହୋସ ଉଡାଇଥାଆନ୍ତି। ଆଉ ଏବେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ପାର୍ଟି ପାଇଁ ରେଡ୍ଡି ହେଉଥିବାର ନଜର ଆସୁଛନ୍ତି। ଦେଶରେ ଲକଡାଉନ ଚାଲିଥିବା ବେଳେ ଫ୍ୟାନ୍ସଙ୍କ ମନରେ ନିହାତି ଏହି ପ୍ରଶ୍ନ ଉଙ୍କି ମାରୁଥିବା ଯେ ସେ କେଉଁ ପାର୍ଟିରେ ସାମିଲ ହେବେ । ତେବେ ଆସନ୍ତୁ ଜାଣିବା ପୁରା କଥା...

ଅମୀଷା ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ସେ ମିରର ସାମ୍ନାରେ ଠିଆ ହୋଇ ମେକଅପ କରୁଛନ୍ତି। କଳା ଆଉଟଫିଟ ପିନ୍ଧି ସେ ପାର୍ଟି ମୁଡରେ ନଜର ଆସୁଛନ୍ତି । ମୁଖ୍ୟ କଥା ହେଲା ଯେ ତାଙ୍କ ବ୍ୟାକଗ୍ରାଉଣ୍ଡରେ ମ୍ୟୁଜିକ ମଧ୍ୟ ଶୁଣାଯାଉଛି।

ଏହାର କ୍ୟାପସନରେ ଲେଖିଛନ୍ତି, ‘ରାତି ପାର୍ଟି ପାଇଁ ପ୍ରସ୍ତୁତ ହେଉଛି। ତେବେ କଣ ହେଲା ମୁଁ କୁଆଡେ ଯାଇପାରିବି ନାହିଁ । ହେଲେ ସିଡିରୁ ଲିଭିଂ ରୁମ ପର୍ଯ୍ୟନ୍ତ ଯାଇପାରିବି। ଆଉ ବନ୍ଧୁଙ୍କ ସହ ଜୁମ ଆପରେ କଥାବାର୍ତ୍ତା ମଧ୍ୟ କରିପାରିବି ।’ ଏହି ଭିଡିଓଟି ତାଙ୍କର ଶନିବାରର। ଆଜି(ରବିବାର) ମଧ୍ୟ ସେ ଆଉ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଗତ ରାତିରେ ଜୁମ ଚାର୍ଟ ପୂର୍ବରୁ। ସକାରତ୍ମାକ ରବିବାର।’

For All Latest Updates

ABOUT THE AUTHOR

...view details