ଓଡିଶା

odisha

ବିଏମସି ନିୟମ ଉଲ୍ଲଂଘନ କରି ଫସିଲେ ଅରବାଜ-ସୋହେଲ

By

Published : Jan 5, 2021, 9:04 AM IST

ବିଦେଶରୁ ଫେରି ନିଜକୁ କ୍ବାରେଣ୍ଟାଇନ ନକରି ଘରକୁ ଫେରିଥିବାରୁ ଆଇନ ସମସ୍ୟାରେ ଛନ୍ଦି ହେଲେ ଅରବାଜ, ସୋହେଲ ଓ ତାଙ୍କ ପୁଅ ନିର୍ବାଣ ଖାନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବିଏମସି ବଲିଉଡ ଅଭିନେତା ଅରବାଜ ଖାନ, ସୋହେଲ ଖାନ ଏବଂ ତାଙ୍କ ପୁଅ ନିର୍ବାଣ ଖାନଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି । ଏମାନଙ୍କ ବିରୋଧରେ ବିଏମସିକୁ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି । 25 ଡିସେମ୍ବରରେ ୟୁଏଇରୁ ମୁମ୍ବାଇ ଫେରିଥିଲେ ଏହି ତିନିଜଣ । ଆଉ ବିଏମସିକୁ ଏକ ପ୍ରମାଣପତ୍ର ଦେଇଥିଲେ ଯେ ସେମାନେ ତାଜ୍ ହୋଟେଲରେ ନିଜକୁ କ୍ବାରେଣ୍ଟାଇନ କରିବେ । କିନ୍ତୁ ତାଜ ହୋଟେଲରେ କ୍ବାରେଣ୍ଟାଇନ ହେବା ପରିବର୍ତ୍ତେ ସେମାନେ ବାନ୍ଦ୍ରାସ୍ଥିତ ନିଜ ଘରକୁ ଯାଇଥିଲେ । ଏପରି ବ୍ୟବହାର କରି ମୁମ୍ବାଇର ଖାର ପୋଲିସ ଷ୍ଟେସନରେ ଏପିଡେମିକ୍ ରୋଗ ଆଇନ 1897କୁ ଉଲ୍ଲଂଘନ କରିବା ପାଇଁ ସମସ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

ପ୍ରକାଶ ଥାଉକି 25 ଡିସେମ୍ବର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଏହି ତିନିଜଣ ମୁମ୍ବାଇ ଫେରିଥିଲେ । ନିୟମ ଅନୁଯାୟୀ, ତିନିଜଣ ହୋଟେଲରେ କ୍ବାରେଣ୍ଟାଇନରେ ରହିଥାଆନ୍ତେ କିନ୍ତୁ ସମସ୍ତେ ନିୟମ ଭାଙ୍ଗି ସିଧା ନିଜ ଘରକୁ ଚାଲିଯାଇଥିଲେ ।

ସେପଟେ ମହାରାଷ୍ଟ୍ର ସରକାର କୋରୋନାର ନୂଆ ଷ୍ଟ୍ରେନ୍ ସମ୍ବନ୍ଧରେ ଏକ ନୂତନ ଗାଇଡଲାଇନ ପ୍ରକାଶ କରିଛନ୍ତି । ଯାହା ଅନୁଯାୟୀ ବାହାରୁ ଆସୁଥିବା ସମସ୍ତ ଲୋକଙ୍କୁ ଅବଶ୍ୟ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ବିଶେଷ କରି ବ୍ରିଟେନରୁ ଆସୁଥିବା ସମସ୍ତ ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ଏବଂ ସମସ୍ତଙ୍କର ଯାଞ୍ଚ ମଧ୍ୟ କରାଯାଉଛି ।

ABOUT THE AUTHOR

...view details