ଓଡିଶା

odisha

ମୀରାଙ୍କ ଠୁ ଦୂରେଇ ରହୁଛନ୍ତି ଶାହିଦ !

By

Published : Dec 12, 2020, 2:05 PM IST

ସ୍ବାମୀ ଶାହିଦଙ୍କୁ ନେଇ ଏମିତି କିଛି କହିଲେ ମୀରା । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା । ଭାଇରାଲ ହେଲା ଶାହିଦଙ୍କ ନୂଆ ଫଟୋ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା କପୁର

ମୁମ୍ବାଇ: ଶାହିଦ କପୁର ଓ ମୀରା ରାଜପୁତ ବଲିଉଡର ପପୁଲାର କପଲ । ଦୁଇଜଣ ଯାହା ବି କରନ୍ତି ଚର୍ଚ୍ଚାର ବିଷୟ ପାଲଟେ । ଏବେ ନିଜ ଆଗାମୀ ଫିଲ୍ମ ‘ଜର୍ସି’ର ସୁଟିଂରେ ବ୍ୟସ୍ତ ଥିବା ଶାହିଦଙ୍କୁ ନେଇ ସ୍ପେଶାଲ ପୋଷ୍ଟ କରିଛନ୍ତି ମୀରା । ଯାହା ଚର୍ଚ୍ଚାରେ । ଘରେ ତାଙ୍କଠୁ ଦୂରେଇ ରହୁଛନ୍ତି ଶାହିଦ ବୋଲି କହିଛନ୍ତି ସେ । ତାଙ୍କର ଏପରି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ପୁରା କଥାଟି...

ଶୁକ୍ରବାର ମୀରା ଇନଷ୍ଟାଗ୍ରାମ ଷ୍ଟୋରିରେ ଶାହିଦଙ୍କ ଦୁଇଟି ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଶାହିଦ ଡାଇନିଂ ଟେବୁଲରେ ବସିଥିବାର ନଜର ଆସୁଛନ୍ତି । ଆଉ ହାତରେ ମୋବାଇଲ ଧରି କିଛି କରୁଛନ୍ତି । ମଜାଦାର କଥା ହେଲା ଯେ ମୀରା ଫଟୋରେ ଲେଖିଛନ୍ତି, ‘କ୍ରଶ୍ ଘରେ ଅଛନ୍ତି ହେଲେ ତଥାପି ଦୂରରେ ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା କପୁର

ସେହିପରି ଦ୍ବିତୀୟ ଫଟୋରେ ସେ ଲେଖିଛନ୍ତି, ‘ମୋ ଠୁ ଅଧିକ ସେ ସ୍ବାଇଟ୍‌ହାର୍ଟକୁ ଭଲ ପାଉଛନ୍ତି ।’ ବର୍ତ୍ତମାନ ମୀରାଙ୍କ ଏହି ପୋଷ୍ଟରେ ମଜାଦାର କମେଣ୍ଟ କରିବାରେ ଲାଗିଛନ୍ତି ଫ୍ୟାନ୍ସ । ଆପଣ ବି ଦେଖନ୍ତୁ ଶାହିଦଙ୍କ ଏହି ଅନ୍ଦାଜ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା କପୁର

ABOUT THE AUTHOR

...view details