ଓଡିଶା

odisha

ସୁସ୍ଥ ହେଲେ କିରନ, ରିପୋର୍ଟ ଆସିଲା ନେଗେଟିଭ

By

Published : May 27, 2020, 5:15 PM IST

କନିକା କପୁରଙ୍କ ପରେ ବଲିଉଡ ଅଭିନେତା କିରନ କୁମାରଙ୍କ କୋରୋନା ସଂକ୍ରମିତ ହେବା ଖବର ଚାରିଆଡେ ବ୍ୟାପିଯାଇଥିଲା। ହେଲେ ଏବେ ସେ କୋରୋନା ଭାଇରସକୁ ହରାଇ ସୁସ୍ଥ ହୋଇଛନ୍ତି

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଓ ଟିଭିର ଫେମସ ଅଭିନେତା କିରନ କୁମାର ଏବେ କୋରୋନା ଭାଇରସରୁ ମୁକ୍ତ ହୋଇଯାଇଛନ୍ତି । କୋରୋନା ଭାଇରସରେ ସଂକ୍ରମିତ ହେବା ପରେ ସେ ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା। ଯେଉଁଠାରେ ତାଙ୍କର ନିୟମିତ ଚିକିତ୍ସା ଚାଲିଥିଲା । ଏବେ ତାଙ୍କ ତୃତୀୟ କୋରୋନା ଟେଷ୍ଟ ନେଗେଟିଭ ବାହାରିଛି। ହେଲେ ତାଙ୍କ ପରିବାର ଏଯାବତ ଆଇସୋଲେସନରେ ଅଛନ୍ତି ।

ପରିବାର ପକ୍ଷରୁ ବୟାନ ଦେଇଛନ୍ତି ତାଙ୍କ ପ୍ରବକ୍ତା ପ୍ରୀତମ ଶର୍ମା । ସେ କହିଛନ୍ତି କୋରୋନା ଭାଇରସ ଲଢେଇରେ କିରନଙ୍କ ପରିଶେଷରେ ବିଜୟ ହେଉଛି । ଏବେ ସେ ଏହି ରୋଗରୁ ମୁକ୍ତ ଅଛନ୍ତି । ସେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇନାହାଁନ୍ତି । ତାଙ୍କର ସଠିକ୍ ରୂପେ ଚିକିତ୍ସା ହେବାରୁ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି।

ABOUT THE AUTHOR

...view details