ଓଡିଶା

odisha

ଇନଟେନ୍ସ ଲୁକରେ କାର୍ତ୍ତିକ, କାହା ପାଇଁ ଲେଖିଲେ ଏମିତି କ୍ୟାପସନ...

By

Published : Jun 4, 2021, 1:28 PM IST

ଭାଇରାଲ ହେଉଛି କାର୍ତ୍ତିକ ନୂଆ ପୋଷ୍ଟ । ଇନଟେନ୍ସ ଲୁକ୍‌ରେ ନଜର ଆସିଲେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାର୍ତ୍ତିକ ଆର୍ୟନ

ମୁମ୍ବାଇ: କିଛି ଦିନ ମଧ୍ୟରେ ଫେମସ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ହାତରୁ ଚାଲିଗଲାଣି ତିନୋଟି ଫିଲ୍ମ । ପ୍ରଥମ ତାଙ୍କୁ ନିର୍ମାତା କରନ ଜୋହର ନିଜ ଚର୍ଚ୍ଚିତ ଫିଲ୍ମ ‘ଦୋସ୍ତାନା 2’ରୁ ଆଉଟ୍ କରିଦେଇଥିଲେ । ଏହା ଶାହରୁଖ ଖାନଙ୍କ ଆଗାମୀ ପ୍ରଯୋଜିତ ଫିଲ୍ମ ଏବଂ ପରେ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ଫିଲ୍ମରୁ ତାଙ୍କୁ ବାହାର କରିଦିଆଯାଇଛି । ଯାହାକୁ ନେଇ ନିରାଶ ତାଙ୍କ ଫ୍ୟାନ୍ସ । ହେଲେ ତାଙ୍କୁ ଏହାର କୌଣସି ପ୍ରଭାବ ପଡୁନାହିଁ । କାରଣ ଏସବୁ ଜିନିଷକୁ ହାଲକାରେ ନେଉଛନ୍ତି ସେ ବୋଲି ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡୁଛି ।

କଥାଟି ହେଲା ଯେ ଫିଲ୍ମ ଆଉଟ୍ ହେବା ଚର୍ଚ୍ଚା ମଧ୍ୟରେ କାର୍ତ୍ତିକ ଇନଷ୍ଟାଗ୍ରାମରେ ନିଜର ଫଟୋ ଅପଲୋଡ କରିବାରେ ଲାଗିଛନ୍ତି । ଗୁରୁବାର ମଧ୍ୟ ସେ ସମାନ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଏହି ନୂଆ ପୋଷ୍ଟ ।

ଯେଉଁଥିରେ ତାଙ୍କ ଇନଟେନ୍ସ ଲୁକ୍ ଦେଖିବାକୁ ମିଳୁଛି । ଆଉ ସବୁଠୁ ଅଧିକ ଫ୍ୟାନ୍ସ ତାଙ୍କ କ୍ୟାପସନରେ ଇମ୍ପ୍ରେସ ହୋଇଯାଇଛନ୍ତି । କାରଣ ସେ ଫଟୋର କ୍ୟାପସନରେ ଲେଖିଛନ୍ତି, ‘ହଲୋ କୌନ ?’ ଯେମିତି ତାଙ୍କ ଏହି କ୍ୟାପସନରୁ ଜଣାପଡୁଛି ସେ ସମସ୍ତଙ୍କ କଥାକୁ ହାଲକାରେ ନେଉଛନ୍ତି ।

ABOUT THE AUTHOR

...view details