ଓଡିଶା

odisha

‘ଆଦିପୁରୁଷ’କୁ ସିଂଘମଙ୍କ ନା

By

Published : Oct 19, 2020, 7:57 PM IST

ଓମ୍‌ଙ୍କ ‘ଆଦିପୁରୁଷ’ରେ ଭଗବାନ ଶିବ ସାଜିଥାଆନ୍ତେ ଅଜୟ । ହେଲେ ଫିଲ୍ମ ପାଇଁ ମନା କରି ସେ ମେକର୍ସଙ୍କ ସମସ୍ୟା ବଢାଇ ଦେଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ରୁ ପପୁଲାର ହୋଇଥିବା ନିର୍ଦ୍ଦେଶକ ଓମ୍ ରାଉତ ନିଜ ଅପକମିଂ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚିନ୍ତାରେ । ଫିଲ୍ମରେ ‘ବାହୁବଳୀ’ ଫେମ ପ୍ରଭାସଙ୍କୁ ଭଗବାନ ରାମଙ୍କ ଭୂମିକା ମିଳିଥିବା ବେଳେ ସୈଫ ଅଲ୍ଲୀ ଖାନଙ୍କୁ ରାବଣ ଭୂମିକା । ହେଲେ ଏଯାବତ ଫିଲ୍ମର ସୀତା, ଲକ୍ଷ୍ମଣଙ୍କ ଭୂମିକା ପାଇଁ ମିଳିନାହାଁନ୍ତି ଷ୍ଟାର। ଇତିମଧ୍ୟରେ ଓମ୍‌ଙ୍କୁ ବଡ ଝଟକା ମିଳିଛି । କାରଣ ବି-ଟାଉନର ସିଂଘମ ଅଜୟ ଦେବଗନ ଫିଲ୍ମ ପାଇଁ ମନା କରିଦେଇଛନ୍ତି । ତାଙ୍କୁ ଫିଲ୍ମରେ ଭଗବାନ ଶିବଙ୍କ ରୋଲ ଅଫର ହୋଇଥିଲା । ଯାହାକୁ ନେଇ ଏବେ ଚିନ୍ତିତ ଓମ୍ ।

ଦୀର୍ଘ ସମୟରୁ ଚର୍ଚ୍ଚା ଜୋର ଧରିଥିଲା ଯେ ଅଜୟ ଫିଲ୍ମରେ କାମ କରିବାକୁ ରାଜି ଅଛନ୍ତି । ହେଲେ ଏହି ଖବର ଉପରେ ଏବେ ଫୁଲଷ୍ଟପ୍ ଲାଗିଛି । କାରଣ ଅଜୟ ‘ଆଦିପୁରୁଷର’ରେ ଅଭିନୟ କରିବେ ନାହିଁ । ତାଙ୍କ ପାଖରେ ପୂର୍ବରୁ ଅନେକ କାମ ଥିବାରୁ ସେ ଏହି ଫିଲ୍ମ ପାଇଁ ସମୟ କାଢି ପାରିବେ ନାହିଁ । ନିକଟରେ ସେ ୟଶରାଜ ଫିଲ୍ମସ୍‌ର ଆଗାମୀ ଫିଲ୍ମରେ ସାଇନ କରିଥିଲେ ।

ଏହାବ୍ୟତୀତ ଅଜୟଙ୍କ ନାମ ସଞ୍ଜୟ ଲୀଲା ଭଂସାଲୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କଥିୟାୱାଡି’ରେ ମଧ୍ୟ ସମ୍ପୃକ୍ତ ଅଛି ବୋଲି ଶୁଣିବାକୁ ମିଳୁଛି । ସେପଟେ ତାଙ୍କ ଅଭିନୀତ ଫିଲ୍ମ ‘ଭୂଜ-ଦ ପ୍ରାଇଡ ଅଫ ଇଣ୍ଡିଆ’ ଓଟିଟି ପ୍ଲାଟଫର୍ମରେ ରିଲିଜ ଘୋଷଣା ହୋଇସାରିଛି।

ABOUT THE AUTHOR

...view details