ଓଡିଶା

odisha

DSLR Camera: କ୍ବାଲିଟି ଫଟୋ ଚାହୁଁଛନ୍ତି କି ? ବଜେଟ୍‌ରେ କିଣନ୍ତୁ ଏହି DSLR କ୍ୟାମେରା

By ETV Bharat Odisha Team

Published : Nov 1, 2023, 11:23 AM IST

DSLR Camera: 1ଲକ୍ଷ ଟଙ୍କାର ବଜେଟ ଭିତରେ ଭଲ DSLR କ୍ୟାମେରା ଚାହୁଁଛନ୍ତି କି? ଜାଣନ୍ତୁ କ୍ୟାମେରା କିଣିବା ପୂର୍ବରୁ କେଉଁ ବିଷୟକୁ ଧ୍ୟାନ ଦେବେ। ଅଧିକ ପଢନ୍ତୁ

DSLR Camera
DSLR Camera

ହାଇଦ୍ରାବାଦ: ଆଜିକା ସମୟରେ ଯୁବପିଢି ଫଟୋଗ୍ରାଫି ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଯେତେ ଦାମୀ ଫୋନ କିଣିଲେ ମଧ୍ୟ କ୍ୟାମେରା କ୍ବାଲିଟି DSLRଠାରୁ କମ ରହିଥାଏ । ଯଦି ଆପଣ 1 ଲକ୍ଷ ଟଙ୍କା ଭିତରେ ସର୍ବୋତ୍ତମ DSLR କ୍ୟାମେରା କିଣିବାକୁ ଚିନ୍ତା କରୁଛନ୍ତି, ତେବେ କ୍ୟାମେରା କିଣିବା ପୂର୍ବରୁ କେଉଁ ଫିଚର ଉପରେ ଅନୁଧ୍ୟାନ କରିବା ତାହା ଜାଣିବା ଉଚିତ । ସ୍ମାର୍ଟଫୋନ୍ ଅପେକ୍ଷା ଫଟୋ ଏବଂ ଭିଡିଓ ଉପରେ DSLR କ୍ୟାମେରାର କ୍ବାଲିଟି ସର୍ବତ୍ତୋମ ରହିଥାଏ । ବଜାରରେ ଅନେକ DSLR କ୍ୟାମେରା ଉପଲବ୍ଧ ରହିଥିବାରୁ ସାଧାରଣ ଲୋକଟିଏ ଦ୍ବନ୍ଦ୍ୱରେ ପଡ଼ିଯାଏ । ତେବେ ସମସ୍ତେ ଭାବନ୍ତି ବେଷ୍ଟ୍‌ DSLR କ୍ୟାମେରା ଭିତରେ କାନନ୍‌ ଏବଂ ନିକୋନ୍‌ର ସବୁଠାରୁ ବେଷ୍ଟ କ୍ୟାମେରା ଅଟେ। ତେବେ ଏହି ଦୁଇଟି ମଧ୍ୟରୁ କେଉଁଟା ସବୁଠାରୁ ଭଲ ସେନେଇ ଦ୍ବନ୍ଦରେ ରହିଛନ୍ତି କି? ତେବେ 1 ଲକ୍ଷ ଟଙ୍କା ଭିତରେ କେଉଁଟା ସବୁଠାରୁ ବେଷ୍ଟ କ୍ୟାମେରା ଏବଂ କ୍ୟାମେରା କିଣିବା ବେଳେ କେଉଁ ଫିଚର ଦେଖିବେ ଜାଣନ୍ତୁ

କିଭଳି ଚୟନ କରିବେ DSLR କ୍ୟାମେରା ?: ଯେତେବେଳେ ଆପଣ 1 ଲକ୍ଷରୁ କମ୍ ଦାମ୍ରେ ଟପ୍ 5 DSLR କ୍ୟାମେରା ଖୋଜୁଛନ୍ତି, ତେବେ ପ୍ରଥମେ ନ୍ୟୁ ଜେନେରେସନ ମଡେଲ ଉପରେ ଧ୍ୟାନ ଦିଅନ୍ତୁ । ମର୍ଡନ DSLR ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫିଚର ହେଉଛି HD ଭିଡିଓ ଉତ୍ତୋଳନ କରିବାର କ୍ଷମତା ଏବଂ ୱାଇ-ଫାଇ କନେକ୍ଟିଭିଟି । ତେବେ ଓ୍ବାଇଫାଇ ଦ୍ବାରା କ୍ୟାମେରାକୁ ମୋବାଇଲ ସହ ସହଜରେ କନେକ୍ଟ କରିପାରିବେ । ଏହାସହିତ ଫଟୋକୁ ମଧ୍ୟ ସହଜରେ ଟ୍ରାନ୍ସଫର କରିପାରିବେ । ତେବେ 1 ଲକ୍ଷ ତଳେ ସର୍ବୋତ୍ତମ DSLR କ୍ୟାମେରା ଚୟନ କରିବା ବେଳେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ଶସ୍ତାରେ ଉନ୍ନତମାନର କ୍ୟାମେରା ଲେନ୍ସ ଆଣିବ Panasonic

  • ବିଲ୍ଡ କ୍ବାଲିଟି: DSLR କ୍ୟାମେରା କିଣିବା ସମୟରେ ଲାଇଫଷ୍ଟାଇଲକୁ ଦେଖି କିଣିବା ଉଚିତ। ତେଣୁ ମଜଭୁତ ବିଲ୍ଡ କ୍ୟାମେରା ଦେଖି କିଣନ୍ତୁ । ଯାହାକୁ କି ଯେକୌଣସି ପରିସ୍ଥିତିରେ ମଧ୍ୟ ବ୍ୟବହାର କରାଯାଇ ପାରିବ । ଅଧିକ ସମୟ ଯାଏଁ ଏହାର ଉପଯୋଗ କରାଯାଇ ପାରିବ ।
  • ଡିସ୍‌ପ୍ଲେ: କ୍ୟାମେରା କିଣିବା ସମୟରେ LCD ଡିସପ୍ଲେ କିଣିବା ଆବଶ୍ୟକ । ଯାହା ଦ୍ବାରା ଫଟୋର ରିୟଲ କଲର ଜଣା ପଡ଼ି ପାରିବ । କ୍ଲିଅର ଫଟୋ ପାଇଁ ହାଇ ରିଜେଲ୍ୟୁସନ ଯୁକ୍ତ କ୍ୟାମେରା ବାଛିବା ଉଚିତ। ଯଦି ଆପଣଙ୍କ ନିକଟରେ ଫୋଲ୍ଡେବଲ ସୁଟିଂ ଏଙ୍ଗେଲ ରହିଛି ତେବେ ଫେଲ୍ଡୋବଲ ଡିସପ୍ଲେ ଏବି ଟିଲ୍ଟ ହେଉଥିବା କ୍ୟାମେରା କିଣନ୍ତୁ।
  • ଲେନ୍ସ କମ୍ପାଟିବିଲିଟି: କ୍ୟାମେରା କିଣିବା ବେଳେ ସୁନିଶ୍ଚିତ କରନ୍ତୁ, ଆପଣଙ୍କ ପସନ୍ଦର ଲେନ୍ସ ସହିତ ଆପଙ୍କର କ୍ୟାମେରା ବ୍ରାଣ୍ଡ ସହଜରେ କାର୍ଯ୍ୟ କରିପାରୁଛି । ଉଦାହରଣ ସ୍ବରୂପ ଯଦି ଆପଣ Nikon ଡିଏସଏଲଆର କିଣୁଛନ୍ତି, ତେବେ ନିକୋନ ଲ୍ୟାନ୍ସ ମେଳ ଖାଇବା ସହିତ ଡାଇଭରସିଫାଇଡ କ୍ବାଲିଟି ଫଟୋ ଉଠିବ ।
  • ISO ରେଞ୍ଜ: କମ୍‌ ଆଲୁଅରେ ଫଟୋଗ୍ରାଫି ପାଇଁ ଏପରି ଏକ କ୍ୟାମେରା ଚୟନ କରନ୍ତୁ ଯାହା ISO ରେଞ୍ଜ୍‌ ବେସ୍‌ ଉପରେ କାମ କରିଥାଏ । ଫଳରେ କମ ଆଲୁଅରେ ମଧ୍ୟ ଉଜ୍ବଳ ଏବଂ କ୍ବାଲିଟି ଯୁକ୍ତ ଫଟୋ କ୍ୟାପଚର ହୋଇପାରିବ । ଯେକୌଣସି ଆଲୋକିକରଣ ପରିସ୍ଥିତିରେ ମଧ୍ୟ ଫଟୋ କ୍ୟାପ୍ଚର କରିବାରେ ସମର୍ଥ ହୋଇପାରିବ ।
  • ଫୋକସ ପଏଣ୍ଟ: ଯଦି ଆପଣଙ୍କୁ ସଠିକ ଫୋକସର ଆବଶ୍ୟକତା ରହିଛି ତେବେ ଫୋକସ ପଏଣ୍ଟ ଯୁକ୍ତ DSLR ବାଛନ୍ତୁ । ପଏଣ୍ଟ୍‌ ଓ୍ବାଇଜ କ୍ୟାମେରା ବାଛିଲେ ଏହି ଫିଚର ଗୁରୁତ୍ବପୂର୍ଣ୍ଣ ଅଟେ ।

ABOUT THE AUTHOR

...view details